ସ୍ୱଚ୍ଛ ଭାରତ ମିଶନରେ ସାଂସଦ ଅପରାଜିତା !

ସ୍ୱଚ୍ଛ ଭାରତ ମିଶନରେ ସାଂସଦ ଅପରାଜିତା

୨୦୨୪ ନିର୍ବାଚନ ବିଜେଡ଼ି କୁ କଡାଟକର ଦେବା ସହ ଗ୍ରାଉଣ୍ଡ ଲେଭେଲରେ ବିଜେପି ସୁଦୁଢ କରିବା ଏବଂ ଆଗାମୀ ନିର୍ବାଚନରେ ବିଜେପି କିପରି ବିଜୟର ମୁକୁଟ ପିନ୍ଧିବ ସେଥିପାଇଁ ଗୁରୁମନ୍ତ୍ର ଦେଇଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା।ଗତ ୨୯,୩୦ ତାରିଖରେ ଓଡ଼ିଶା ଆସିଥିଲେ ନଡ୍ଡା। ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ବିଜେପିର ଶକ୍ତି ପ୍ରଦର୍ଶନ ସହ କାର୍ଯ୍ୟକାରୀଣି ବୈଠକ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ସରିବାର ଦୁଇ ଦିନ ସରିବାପରେ ମଧ୍ୟ ପଡିଆ ସଫା ହୋଇ ନଥିବାରୁ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ହାତରେ ଝାଡୁ କରି ପଡିଆ ସଫା କରିବା ସହ ସ୍ୱଚ୍ଛ ଭାରତ ଅଭିଯାନ କୁ ସଫଳ କରିଛନ୍ତି। ଅପରାଜିତା ଝାଡୁ କରିବା ଭିଡିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି। ଏପରି କାର୍ଯ୍ୟକ୍ରମ କୁ ଅନେକ ସ୍ୱାଗତ ଜଣାଇଛନ୍ତି।