ଚୀନରେ କରୋନା ସ୍ଥିତି ନାକେଦମ କଲାଣି । ଚୀନରେ କରୋନା ହୁହୁ ହୋଇ ବଢ଼ିବାରେ ଲାଗିଛି ସ୍ଥିତି ଏପରି ଗମ୍ଭୀର ହୋଇଗଲାଣି ଯେ ଡାକ୍ତରଖାନାରେ ରୋଗୀମାନଙ୍କୁ ବେଡ୍ ଓ ଔଷଧ ମିଳିପାରୁ ନାହିଁ। ଅନ୍ୟପଟେ ଶବ ସତ୍କାର ପାଇଁ ଯାଗା ଖଣ୍ଡିଏ ମଧ୍ୟ ମିଳିବା ମୁଶକିଲ୍ ହୋଇଗଲାଣି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଆଗୁଆ କରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ହାଇଆର୍ଲଟ୍ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ସ୍ତରୀୟ ବୈଠକ କରିବେ ।

ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୮୫ କରୋନା ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୬୮୧କୁ ବୃଦ୍ଧି ପାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪, ୪୬, ୭୬, ୫୧୫କୁ ବୃଦ୍ଧି ପାଇଛି ।ତେବେ ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୪୦୨ ରହିଛି । ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଆଜି ନିଜ ନିଜ ରାଜ୍ୟର ଅଧିକାରୀଙ୍କ ସହ ବୈଠକ କରିବେ ବୋଲି ସୂଚନା ରହିଛି ।