ପୋଲିସର ନାକ ତଳେ ହେଉଛି ଗୋ ଚାଲାଣ

କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ସନ୍ଧ୍ୟା ହେଲେ ବଡ଼ ବଡ଼ ଟ୍ରକରେ ଗୋ ଗାଲାଣ ହେଉଛି ।ଖାଲି ସେତିକି ନୁହେଁ ରାସ୍ତାରେ ଗାଇ ଗୁଡ଼ିକୁ ଚଲାଇ ଚଲାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ଏହି ସବୁ କାହାକୁ ଅଛପା ନୁହେଁ କିନ୍ତୁ ପୋଲିସ ସବୁ ଦେଖି ଚୁପ୍ ହୋଇ ବସୁଛି। ଗତକାଲି ବିଳମ୍ବିତ ରାତିରେ ବୈପାରିଗୁଡା ଠାରୁ ଗୋବିନ୍ଦପାଲି ନିକଟସ୍ଥ ଟୋପଯୋଡି ଠାରେ ଏକ କଣ୍ଟେନର ଅତି ଦ୍ରୁତଗତିରେ ଯାଉଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଏହି କଣ୍ଟେନର୍ ରେ ୭୦ରୁ ଉର୍ଦ୍ଧ ଗୋ ଚାଲାଣ ହେଉଥିଲା। ୪୦ଟି ଗାଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏବଂ ୧୫ଟି ଗାଇକୁ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ମାନେ ଉଦ୍ଧାର କରିବା ସହିତ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି। କେଦାର ବାପି,ଲକ୍ଷ୍ମୀନାରାୟଣ ପାଢି ରାଜନିକାନ୍ତ ନାୟକ, ଚନ୍ଦ୍ର ଶେଖର ରଥ ,ଲଳିତ ଅଗ୍ରୱାଲ ଆଦି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ବୈପାରିଗୁଡା ପୋଲିସ ଅଧିକାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ବିଶ୍ବହିନ୍ଦୁ ପରିଷଦ ।