ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀ

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଲାଞ୍ଜୁଆ ଜିଲ୍ଲା ଶିକ୍ଷା ଅଧିକାରୀ । ମାତ୍ର ୩ଦିନ ଥିଲା ଚାକିରୀ ଅବସର ନେଇଥାନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ ସିଂ । ଆଜି ସକାଳ ୯ଟାରେ କଟକ ଭିଜିଲାନ୍ସ ଟ୍ରିମ୍ ତାଙ୍କୁ ରେଡ୍ ହେଣ୍ଡ ରେ ରେଡ୍ କରିଲା ଭିଜିଲାନ୍ସ। ମିଳିଥିବା ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ବ୍ଲକ ନୀପୁର୍ ସ୍କୁଲର ପିଅନ୍ ସନ୍ତୋଷ କୁଣ୍ଠୁ ଙ୍କୁ ଡୋରାବିକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ବଦଳି କରିବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ଭିଜିଲାନ୍ସ କୁ ଏନେଇ ଜଣାଇଥିଲେ ଏବଂ ଆଜି ସକାଳୁ ଶ୍ରୀ ସିଂ କୁ ଭିଜିଲାନ୍ସ ରେଡ୍ କରିଛି । ଭଡ଼ାଘର,କଟକ ସ୍ଥିତ ଘର, ବାଲେଶ୍ଵର ସ୍ଥିତ ଘର ଏବଂ ପୈତୃକ ସଂପତ୍ତି ଆଦି ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ।