ପ୍ରକୃତିର ମାୟାନଗରି କୋରାପୁଟ

ପହିଲିଶୀତ ର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପୂର୍ବ ସୈଦର୍ଯ୍ୟ। ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ ବଦଳିଦେଇଛି କୋରାପୁଟର ରୂପ ଲାବଣ୍ୟ। ଶୀତ ଆସିଲେ ଏଠି ପର୍ଯ୍ୟଟକ ଭିଡ଼ ପରିଲକ୍ଷିତ ହୁଏ। କୋରାପୁଟକୁ ଦ୍ୱିତୀୟ କାଶ୍ମୀର ମଧ୍ୟ କୁହାଯାଏ ।

କୁହୁଡି ଏଠି ଅଳସ ଭାଙ୍ଗେ ମେଘ ଏଠି ଦେଓମାଳି ପର୍ବତକୁ ଛୁଏଁ ଆଉ ମନକୁ କରେ ଆନମନା। ସେଥିପାଇଁ ତ କବିଟିଏ ପ୍ରକୃତି କୋଳରେ ମନଦେଇ ବସେ । ଯିଏ ଥରେ ଏହି ପ୍ରକୃତିର ସୈଦର୍ଯ୍ୟତାକୁ ଉପଭୋଗ କରିଛି ସେ କୋରାପୁଟ ବାରମ୍ବାର ଆସିବାକୁ ମନ କରେ ।

କୋରାପୁଟରେ ଶୀତର ଯାଦୁ ସ୍ପର୍ଶ ଦେଇଚାଲିଛି ଆଉ ହଳଦିଆ ଚାଦର ଆଚ୍ଛାଦିତ ଅଳସି ଫୁଲ ସାଇଁସାଇଁ ପବନରେ ପ୍ରେମିଯୁବଳ ଙ୍କ ମନକୁ ହଲଚଲ୍ କରିଦେଇଥାଏ । କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ୨୬ ରାସ୍ତା କଡ଼ରେ ଅଳସି ଫୁଲ ଦେଖି କିଏ ସେଲ୍ଫି ନେଲାଣି ତ ଆଉ କିଏ ରାସ୍ତାରେ ଯିବାବେଳେ ଗାଡ଼ିକୁ ଟିକେ କଢ଼େଇ ରଖି ପ୍ରକୃତିର ଭରପୁର ମଜାନେଲାଣି । ଅଳସି ଏଠି ହଳଦିଆ ପାଟରାଣୀ ସାଜି ପିଲା ଠାରୁ ବୟସ୍କ ସମସ୍ତଙ୍କୁ ନିଜ ସୈଦର୍ଯ୍ୟାତାରେ ଟାଣି ଆଣୁଛି । ଥରେ ଆସନ୍ତୁ ନାଁ କୋରାପୁଟ ଏଠାକାର ଜୟବାୟୁ ସାଙ୍ଗକୁ ପ୍ରକୃତିର ଭରପୁର ମଜା ଉଠାନ୍ତୁ।