ବିଜେଡି ଛାଡି ବିଜେଡ଼ି କୁ ଚ୍ୟାଲେଞ୍ଜ କଲେ ବିଜେଡ଼ି ନେତା !!!

ବିଜେଡି ଛାଡି ବିଜେଡ଼ି କୁ ଚ୍ୟାଲେଞ୍ଜ କଲେ ବିଜେଡ଼ି ନେତା !!!

ଧାମନଗର ଉପନିର୍ବାଚନ ପାଇଁ ରାଜନୈତିକ ମାହଲ ବେଶ୍ ସରଗରମ ଦେଖିବାକୁ ମିଳିଛି। ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ତାତି ବଢୁଛି । ଏଥର ନେତାଙ୍କ ମଧ୍ୟରେ ହେବ କଡ଼ା ଟକର୍ । ଧାମନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିଷ୍ଣୁ ସେଠୀ ଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ପତ୍ର ଦାଖଲ କରି ଅନୁକମ୍ପା ଭୋଟ ହାତେଇ ବିଜୟ ର ବାନା ଉଡେଇବ ପାଇଁ ଦାବି କରୁଥିବା ବେଳେ ବିଜେଡ଼ି ମହିଳା କାର୍ଡ ଖେଳି ଅବନ୍ତି ଦାସ ଙ୍କ ନାଁ ସାମ୍ନାକୁ ଆସିଥିଲା ଏବଂ କଂଗ୍ରେସ ପକ୍ଷରୁ ହରେକୃଷ୍ଣ ସେଠୀ ଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡ଼ି ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯେଉଁଥିପାଇଁ ଦେଖାଦେଇଛି ରାଜନୈତିକ ତାତି କେହି କେହି କହୁଛନ୍ତି ସେ ଦିର୍ଘ ଦିନ ଥରି ବିଜେଡ଼ି ଉପରେ କ୍ଷୋପା ଥିଲେ । ସେ ୨୦୦୯ ରେ ବିଜେଡ଼ି ଦଳ ପକ୍ଷରୁ ନିର୍ବାଚନ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ି ବିଜୟ ହାସଲ କରିଥିଲେ ଏବଂ ୨୦୧୪ ରେ ତାଙ୍କୁ ଦଳ ଟିକେଟ ଦେଇନଥିବା ବେଳେ ୨୦୧୯ ରେ ୪,୬୨୪ ଭୋଟ ରେ ହାରି ଯାଇଥିଲେ । ଆଜି ସେ ସ୍ଵାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ କରିଛନ୍ତି। ଆସନ୍ତା କାଲି ନାମାଙ୍କନ ଯାଞ୍ଚ, ଅକ୍ଟୋବର ୧୭ହେଉଛି ପ୍ରତ୍ୟାହାର ର ଶେଷ ଦିନ ରହିଛି ।ତେବେ ରାଜେନ୍ଦ୍ର ପ୍ରତ୍ୟାହାର କରିବେ ନାଁ ନିର୍ବାଚନ ଲଢ଼ିବେ ସେ ନେଇ ସମସ୍ତ ଙ୍କ ନଜର ରହିଛି । ନଭେମ୍ବର ୩ ରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଏବଂ ୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। କେଉଁ ଦଳର ନେତା ଧାମନଗର ରେ ନିଜର ଅକ୍ତିଆର ଯାହିର କରି ବିଜୟ ମୁକୁଟ ପିନ୍ଧିବ ତାକୁ ହିଁ ଦେଖିବାକୁ ବାକି ରହିଲା ।