ଚାଲିଛି ପ୍ରସ୍ତୁତି ,ବାଜିଛି ଉପନିର୍ବାଚନ ବିଗୁଲ୍

ଚାଲିଛି ପ୍ରସ୍ତୁତି ,ବାଜିଛି ଉପନିର୍ବାଚନ ବିଗୁଲ୍

ରାଜ୍ୟ ରାଜନୀତିରେ ଏବେ ସମସ୍ତଙ୍କର ଫୋକସ୍ ରେ ଧାମନଗର ଉପନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମହଲ ସେତେ ସରଗରମ ହେବାରେ ଲାଗିଛି। ଉପନିର୍ବାଚନ ପାଇଁ ଗୋଟେ ପଟେ ବିଜେପି ଗୋଡ଼ ଟେକି ଆଗୁଆ ପ୍ରସ୍ତୁତି ହୋଇ ରହିଛି। ଦଳ ପକ୍ଷରୁ ପୂର୍ବତନ ବିଧାୟକ ବିଷ୍ଣୁ ପ୍ରସାଦ ସେଠୀ ଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଙ୍କ ନାଁ ବିଧାୟକ ପ୍ରାର୍ଥୀ ଭାବରେ ଘୋଷଣା କରିଥିବାବେଳେ ଏଯାବତ୍ ବିଜେଡ଼ି, କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇ ନାହିଁ । କୁହାଯାଉଛି ବିଜେପି ଅନୁକମ୍ପା ଭୋଟ୍ ହାତେଇବା ସହ ପୁଣି ଥରେ ଧାମନଗର ରେ ବିଜୟ ର ବାନା ଉଠେଇବାକୁ ଦମ୍ଭତ୍ତି ପ୍ରକାଶ କରିଛି । ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲ ର ଶେଷ ତାରିଖ ରହିଛି । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାର ର ଶେଷ ତାରିଖ । ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ୬ ତାରିଖରେ ଭୋଟ ଗଣତି ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । କେଉଁ ଦଳର ନେତା ବିଜୟ ମୁକୁଟ ପିନ୍ଧିବ ତାକୁ ହିଁ ଦେଖିବାକୁ ବାକି ରହିଲା ।