ଗୁଣୁପୁର -: ସରକାରଙ୍କ ନିର୍ଦେଶନୁଯାୟୀ ବର୍ତମାନ ସମସ୍ତ ହୋଟେଲ , ବାର ଓ ରେଷ୍ଟୁରାଣ୍ଟ ଖୋଲିବାର ଅନୁମତି ମିଳିଛି । ଦୀର୍ଘ ୫ ମାସ ଧରି ଲକ ଡ଼ାଉନ ଓ ସଟ ଡାଉନ ରେ ଫସି ରହିଥିବା ବ୍ୟବସାୟୀ ମାନଙ୍କୁ କିଛିଟା ଅଶ୍ୱସ୍ତି ମିଳିଛି । କିନ୍ତୁ କିଛି ଅସାଧୁ ମଦ ବ୍ୟବସାୟୀ ଓ ମଦ ମାଫିଆ ମାନେ ଏହାର ଫାଇଦା ଉଠେଇ ଜନସାଧାରଣଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ଆଜ୍ଞା ହଁ ଆମେ ଆପଣଙ୍କୁ କହିବାକୁ ଯାଉଛୁ ରାୟଗଡା ଜିଲ୍ଲା ଗୁଣୁପୁର ସହର ର କଥା । ଏଠି କିଛି ଅସାଧୁ ମଦ ବ୍ୟବସାୟୀ ଓ ମଦ ମାଫିଆ ମାନେ ଏକ୍ସପାୟର ଡେଟ ର ମଦ ବିକ୍ରି କରୁଛନ୍ତି ଓ ସେହି ମଦ କୁ ଲୋକେ ପିଇ ରୋଗାକ୍ରାନ୍ତ ହେବା ସହ ମୃତ୍ୟୁ ମୁଖକୁ ଠେଲି ହେଇଯାଉଛନ୍ତି । କିନ୍ତୁ ଏଠି ସବୁ ଜାଣିଶୁଣି ନିରବ ସାଜିଛି ପ୍ରଶାସନ । ମଦ ମାଫିଆ ଓ ଅସାଧୁ ବ୍ୟବସାୟୀ ଙ୍କ ଠାରୁ ମାସିକ ପାଉଣା ନେଇ ନିଜ ପକେଟ ଗରମ କରୁଛନ୍ତି ଅବକାରୀ ବିଭାଗ ଓ ପୋଲିସ ବିଭାଗ ର କର୍ମଚାରୀ ମାନେ । ଏକଥା ଆମେ କହୁନୁ କହୁଛନ୍ତି ଖୋଦ ମଦ ମାଫିଆ ଓ ଅସାଧୁ ମଦ ବ୍ୟବସାୟୀ ମାନେ । ଗୁଣୁପୁର ର ଜନସାଧାରଣ ଏ ନେଇ ଅବକାରୀ ବିଭାଗ ଓ ଥାନା ରେ ମଧ୍ୟ ଅବଗତ କରେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ଗୁଣୁପୁର ପ୍ରଶାସନ । ଏହା ମଦ ମାଫିଆ ଓ ପ୍ରଶାସନର ର ମଧୁଚନ୍ଦ୍ରିକା ନୁଁହେ ତ ଆଉ କଣ ? ମଦ ମାଫିଆ ଙ୍କ ଆକ୍ରୋଷ ର ଶିକାର ହେବା ଭୟ ରେ ଗୁଣୁପୁର ର ଜନ ସାଧାରଣ ମୁଁହ ଖୋଲୁନାହାନ୍ତି । ଯଦି ଆଗାମୀ ଦିନରେ ଏହିପରି ଚାଲିବ ଲୋକେ ମୃତ୍ୟୁ ମୁଖରେ ପଡିବା ସହ ତାଙ୍କର ଘର ସଂସାର ଉଜୁଡ଼ି ଯିବ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି । ପ୍ରଶାସନ ନିଜ ପକେଟ ଗରମ ନ କରି ଲୋକଙ୍କ ହିତରେ କାର୍ଯ୍ୟ କରୁ ଓ ଏହି ଭଳି ଅସାଧୁ ବ୍ୟବସାୟ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁଣୁପୁର ର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।
