ଫେସବୁକ୍ ନିୟମ ଉଲ୍ଲଙ୍ଘନ କଲେ ହୋଇପାରେ ଜେଲ୍

ଯଦି ଆପଣ ଫେସବୁକ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ମଧ୍ୟ ଟିକେ ସତର୍କ ରହିବାକୁ ପଡିବ। କାରଣ ଆପଣ ଫେସବୁକରେ କିଛି ଭୁଲ୍ ପୋଷ୍ଟ ଏବଂ ସେୟାର କରିବା ଦ୍ବାରା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପରସ୍ପର ସହ କଥାବାର୍ତ୍ତା ହେବା ପାଇଁ, ଭିଡିଓ ଦେଖିବା, ଫୋଟ ପୋଷ୍ଟ କରିବା ଇତ୍ୟାଦି ପାଇଁ ଆମେ ସମସ୍ତେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁ।କିନ୍ତୁ ଅନେକ ଥର ଆମେ ଫେସବୁକରେ ଏପରି ଭୁଲ କରିଥାଉ ଯାହା ଦ୍ଵାରା ଆମେ ବିଭିନ୍ନ ସମସ୍ୟାରେ ପଡ଼ିଥାଉ। କେତେକ ଭୁଲ ପାଇଁ ଆପଣଙ୍କୁ ଜେଲରେ ମଧ୍ୟ ଯିବାକୁ ପଡିପାରେ । ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏପରି କିଛି ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଫେସବୁକ୍ ଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଏହି ଭୁଲଗୁଡ଼ିକ ପାଇଁ ଆପଣଙ୍କ ସୁବିଧାରେ ପଡିପାରନ୍ତି । ଫେସବୁକରେ ଏହି ସବୁ ଦିଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ଯଦି ଆପଣ ଫେସବୁକରେ ସାଙ୍ଗମାନଙ୍କ ସହିତ ଫଟୋ କିମ୍ବା ଭିଡିଓ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି ତେବେ ଭୁଲରେ ମଧ୍ୟ କିଛି ଆପତ୍ତିଜନକ ଚିତ୍ର କିମ୍ବା ଭିଡିଓ ସେୟାର କରନ୍ତୁ ନାହିଁ । ଆପଣଙ୍କର Facebook ପୋଷ୍ଟ ଗୁଡିକ ଏପରି ହେବା ଦରକାର ଯାହା ସମାଜ ପାଇଁ ଗ୍ରହଣୀୟ ହୋଇଥିବ । ସମାଜ ବିରୋଧି କିମ୍ବା କୈାଣସି ଜାତିକୁ ଆଘାତ କରିବା ପରି ଶବ୍ଦ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ସୋସିଆଲ ମିଡ଼ିଆରେ ଭାଷାଗତ ଶାଳୀନତା ରହିବା ନିହାତି ଆବଶ୍ୟକ ରହିଛି। ଯଦି ଆପଣ ଫେସବୁକରେ କୈାଣସି ଝିଅଙ୍କୁ ହଇରାଣ କରନ୍ତି ତେବେ ଆପଣଙ୍କୁ ଦଣ୍ଡ ଦିଆଯାଇପାରେ । ମନେରଖନ୍ତୁ ଯେ ଭୁଲରେ ମଧ୍ୟ କୈାଣସି ଝିଅକୁ ଭୁଲ ବାର୍ତ୍ତା କିମ୍ବା ଭୁଲ ବିଷୟବସ୍ତୁ ପଠାନ୍ତୁ ନାହିଁ । ଏହା କରିବା ଆଇନ ଅନୁଯାୟୀ ଅପରାଧ । ଆପଣଙ୍କ ପାଇଁ ବହୁତ ଭାରୀ ହୋଇପାରେ ଏବଂ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ଫେସବୁକ୍ ବ୍ୟବହାର କରନ୍ତୁ କିନ୍ତୁ ଭୁଲରେ କାହାକୁ ଧମକପୂର୍ଣ୍ଣ , ବ୍ଲାକମେଲିଂ କଲାଭଳି ବାର୍ତ୍ତା କିମ୍ବା କିଛି ଏପରି ତଥ୍ୟ ପଠାନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭାରୀ ହୋଇପାରେ। ଆପଣ ନିଜ ଫେସବୁକ ଆକାଉଣ୍ଟରେ ଏପରି କିଛି ପୋଷ୍ଟ କରନ୍ତୁ ନାହିଁ ଯାହା ସମାଜରେ ହିଂସା ସୃଷ୍ଟି କରିବ । ଯଦି ଆପଣ ଏହା କରିବାରେ ଧରାପଡନ୍ତି, ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ଏବଂ ଆପଣଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ ।