ମଶା ଦମନ ମିଶନ ଫେଲ୍,କାମ ଦେଉନି ମଶା ତେଲ

ଭୁବନେଶ୍ୱର ସହରକୁ ମଶା ମୁକ୍ତ କରିବା ପାଇଁ ବିଏମସି ପକ୍ଷରୁ ଆରମ୍ଭ ହୋଇଥିଲା ମଶା ଦମନ ମିଶନ। ମଶା ନିୟନ୍ତ୍ରଣ କରିବା ପାଇଁ ଅସ୍ତ୍ର ସାଜିବ ମଶା ତେଲ ଏବଂ ରାଜଧାନୀ ମଶା ମୁକ୍ତ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା ହେଲେ କାମ ଦେଉନାହିଁ ମଶା ତେଲ । ଡ୍ରୋନ୍ ଯୋଗେ କ୍ୟାମିକାଲ ସ୍ପେରେ ଯୋଗୁଁ ମଶାମରୁଥିବା ବେଳେ ବିଏମସି ମଶା ତେଲରେ ମଶା ମରୁନଥିବା ଅଭିଯୋଗ ଆଣିଛନ୍ତି ଖୋଦ୍ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ନଗର ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ମଶାତେଲ ଗଦାମକୁ ଅଚାନକ ଚଢ଼ାଉ କରି ମଶା ତେଲର ନମୁନା ଓ ଗୁଣାବୋହତା ଯାଞ୍ଚ କରାଯାଉଛି । ଏହି ନମୁନା ପରୀକ୍ଷା ପାଇଁ ପଠାଯିବ । ମଶା ତେଲ ଓ କ୍ୟାମିକାଲ୍ ର ଭାଗ ମାପ ଠିକ୍ ରହୁନଥିବାରୁ ମଶା ତେଲ କାମ କରୁଥିବା ଅଭିଯୋଗ ଆଣିବା ସହ ଆବଶ୍ୟକ ପଡିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।