ଓଡ଼ିଶାର ଦୁଇ IPS ପୋଲିସ ଅଧିକାରୀଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଜାଣନ୍ତୁ ସେ ଦୁଇ ଅଫିସର କିଏ ।

ଭୁବନେଶ୍ୱର: ରବିବାର ରାଜ୍ୟର ଦୁଇଜଣ ବରିଷ୍ଠ ପୋଲିସ ଅଧିକାରୀ ନକଲି ଫେସବୁକ ଆକାଉଣ୍ଟ ।ଏନେଇ ଟ୍ୱିନ୍ ସିଟି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଫେସବୁକ ବ୍ୟବହାରକାରୀଙ୍କୁ ସେମାନଙ୍କ ନାମରେ ଖୋଲା ଯାଇଥିବା ନକଲି ଆକାଉଣ୍ଟ ବିଷୟରେ ଚେତାବନୀ ଦେଇଛନ୍ତି।

ଫେସବୁକ୍ ୟୁଜର୍ସ ମାନଙ୍କୁ ଅନୁରୋଧ କରୁଛନ୍ତି ଯେ ତାଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଯେଉଁ ମାନେ ଟଙ୍କା ମାଗୁଛନ୍ତି ତାର ଶିକାର ନ ହୁଅନ୍ତୁ।ଏଥି ସହ କମିଶନର ଷଡଙ୍ଗୀ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, “ଦୟାକରି ଏମିତି କୌଣସି ଫେସବୁକ ଆକାଉଣ୍ଟରୁ ପଠାଯାଇଥିବା ମେସେଜ୍ ର ରିପ୍ଲାଏ କରନ୍ତୁ ନାହିଁ ଯାହା ମୋର ଫଟୋ ବ୍ୟବହାର କରିଥିବେ ଏବଂ ଟଙ୍କା ପାଇଁ ଅନୁରୋଧ କରୁଥିବେ। ତାହା ମୋ ଆକାଉଣ୍ଟ ନୂହେଁ କି ମୋ ଦ୍ୱାରା ପଠାଯାଇଥିବା ମେସେଜ୍ ନୁହେଁ FYI”।
କମିଶନର ପୋଲିସ ପକ୍ଷରୁ ଏକ ବିବୃତିରେ ଦର୍ଶାଇଛନ୍ତି ଯେ, କମିଶନର ପୋଲିସ ସୁଧାଂଶୁ ଷଡଙ୍ଗୀ ଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହୋଇନାହିଁ। ତାଙ୍କର ଫେସବୁକ ପ୍ରୋଫାଇଲ୍ ହେଉଛି ‘I’d SarangiSudhanshu’ । ତଥାପି ଜଣେ ନୂତନ ଫେସବୁକ ଆକାଉଣ୍ଟ ଖୋଲିବା କୁ ଚାହିଁଲେ ଯାହାର ବି ଫଟୋ ବ୍ୟବହାର କରିପାରିବେ। ଯଦି ଏପରି କିଛି ସନ୍ଦେହଜନକ କାର୍ଯ୍ୟକଳାପ କଥା ସେ ଜାଣିପାରିବେ, ତେବେ ସେ ତାଙ୍କ ଫେସବୁକ ଫ୍ରେଣ୍ଡ୍ ମାନଙ୍କୁ ସତର୍କ କରାଇଦେବେ”।

ଏହାପୂର୍ବରୁ, ଡିଜି (ଇଣ୍ଟେଲିଜେନ୍ସ) ଅନୁପ ସାହୁ ତାଙ୍କ ପ୍ରୋଫାଇଲ ଫଟୋ ସହିତ ଫେସବୁକରେ ଏକ ନକଲି ଆକାଉଣ୍ଟ ଖୋଲାଯାଇଥିବା ଜଣାପଡିଥିଲା ଏବଂ ଏହି ଆକାଉଣ୍ଟରୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଗ୍ରହଣ ନକରିବାକୁ ଲୋକଙ୍କୁ ଚେତାବନୀ ସେ ଚେତାବନୀ ଦେଇଥିଲେ ।