ପ୍ରତିବର୍ଷ ଡିସେମ୍ବର୨୩ କୁ କିଷାନ ଦିବସ ବା ଜାତୀୟ କୃଷକ ଦିବସ ଭାବରେ ପାଳନ କରାଯାଇଥାଏ । ଦେଶରେ କୃଷକମାନଙ୍କ ଅବଦାନ ଅତୁଳନୀୟ ହେଲେ କୃଷକମାନଙ୍କ ଦୁଃଖ କିଏ ଅବା ବୁଝୁଛି। କେବଳ କୃଷକ ଦିବସ ଆସିଲେ କୃଷକମାନଙ୍କ କଥା ମନେ ପଡ଼ିଯାଏ ଏବଂ ଜୟଜବାନ ଜୟ କିଷାନ୍ ନାରାବାଜି ଦେବି ସନ୍ତୁଷ୍ଟ ହୋଇଯାଇଥାଉ। ବାସ୍ତବରେ ରେ ଯଦି ଦେଖିବା ଦେଶର କୃଷକମାନେ ଆଜି ମଧ୍ୟ ଅବହେଳିତ। କେତେବେଳେ ଚାଷୀଟି ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରୀ କରିପାରେ ନାହିଁ ତ ଆଉ କେତେବେଳେ ଋଣ ବୋଝ ତାକୁ ଦାଉ ସାଜେ ଶେଷରେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥାଏ। ତାର ଅଧିକାର ପାଇବା ପାଇଁ ଅନେକ ଧାରଣା, ଆନ୍ଦୋଳନ କରେ ହେଲେ ଶେଷରେ ନ୍ୟାୟ ନପାଇ ନିଜର ସୁନାର ଫସଲକୁ ନିଜ ହାତରେ ନଷ୍ଟ କରେ ।
ନିକଟରେ ବରଗଡ଼ ରୁ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା ଯେଉଁଠି ଗୋଟିଏ କବି ଚାଷୀଟି ର କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା। କବି ଚାଷ କରି କରୁଥିବା ଚାଷୀଟି କିପରି ଗୋଟିଏ କବି କୁ ୧ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଏହାର ଫାଇଦା ଉଠାଉଛନ୍ତି ମଧ୍ୟସ୍ଥ ବ୍ୟାପାର। ଯାହାଫଳରେ ଚାଷୀଟି ଚାଷ କାର୍ଯ୍ୟ କରିବାରେ ମୁହଁ ଫେରାଉଛି । କେତେ କଷ୍ଟଦାୟକ ଚିତ୍ର ଏହା କେବଳ ବରଗଡ଼ ଜିଲ୍ଲାର ଚାଷୀ କଥା ନୁହେଁ ସାରା ଭାରତବର୍ଷରେ ଚାଷୀ ତାର ଉଚିତ୍ ଦର ପାଇପାରୁ ନାହିଁ।

କେନ୍ଦ୍ର ଠାରୁ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ମାଳ ମାଳ ଯୋଜନା କରିଥିଲେ ମଧ୍ୟ ତୃଣମୂଳ ସ୍ତରରେ ପ୍ରକୃତ ଚାଷୀ ପାଖରେ ଯୋଜନା ପହଞ୍ଚି ପାରୁ ନାହିଁ। ରବି ଫସଲ ,ଖରିଫ ଫସଲରେ ମଧ୍ୟ ଚାଷୀ କ୍ଷତି ଶହୁଛି । କେଉଁଠି ମଣ୍ଡି ସମସ୍ୟା ଦେଖା ଦିଏ ତ ଆଉ କେଉଁଠି କଟନିଛଟନିର ସମସ୍ୟା ଦେଖାଦିଏ । ଚାଷୀ ମାରଣା ନୀତି ସବୁଠାରେ ଦେଖିବାକୁ ମିଳେ। ଭାରତରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି ଏବଂ ନିଜର ଜୀବିକା ଭାବରେ ଚାଷ କାର୍ଯ୍ୟ କୁ ବାଛିଥାନ୍ତି । ବେଳେ ବେଳେ ପରିସ୍ଥିତି ଏପରି ବାଧ୍ୟ କରେ ଯେ ଉଭୟ ଜୀବିକା ଏବଂ ଜୀବନ ହାରିବାକୁ ପଛେଇ ନଥାଏ ।