ପର୍ବପର୍ବାଣି ସମୟରେ କୋଭିଡ-୧୯ ନିର୍ଦ୍ଦେଶାବଳୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ !

ପର୍ବପର୍ବାଣି ସମୟରେ କୋଭିଡ-୧୯ ନିର୍ଦ୍ଦେଶାବଳୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଜାରି କରାଯାଇଥିବା ପଦକ୍ଷେପଗୁଡ଼ିକ ହେଉଛି:👇👇👇
୧. ଉତ୍ସବ ପାଇଁ ପ୍ରଶାସନ ସ୍ୱତନ୍ତ୍ର ସୀମା ଚିହ୍ନଟ କରିବା ସହ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବେ ଯାହା ଫଳରେ ସାମାଜିକ ଦୂରତା ବ୍ୟତୀତ ସହଜରେ ଥର୍ମାଲ ସ୍କ୍ରିନିଂ ଓ ପରିମଳ ବ୍ୟବସ୍ଥା ପାଳନ ହୋଇପାରିବ
୨. ବିସର୍ଜନ ସମୟରେ ଲୋକ ସଂଖ୍ୟା ନିର୍ଦ୍ଧାରଣ କରିବା ଓ ଉପଯୁକ୍ତ ଶାରୀରିକ ଦୂରତା ଏବଂ ମାସ୍କ ପିନ୍ଧିବା ନିଶ୍ଚିତ କରିବା
୩. ବହୁଦିନ ଧରି ଚାଲିବାକୁ ଥିବା ପ୍ରଦର୍ଶନୀ, ମେଳା, ପୂଜା ମଂଚ, ରାମଲିଳା ମଂଚ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମଗୁଡିକରେ ନିର୍ଦ୍ଧାରିତ ଲୋକସଂଖ୍ୟା ସ୍ଥିର କରିବା
୪. ସମସ୍ତ କାର୍ଯ୍ୟକ୍ରମ କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଅନୁମତି ଦିଆଯିବ
୫. କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକ ନିଜ ଘରେ ସମସ୍ତ ପର୍ବ ପାଳନ କରିବାକୁ ଉତ୍ସାହିତ କରାଯିବ
୬. ଶାରୀରିକ ଦୂରତା ପାଳନ ଏବଂ ମାସ୍କ ପିନ୍ଧିବା ଉପରେ ନଜର ରଖିବା ପାଇଁ ସମସ୍ତ ସ୍ଥାନରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଇବା
୭. ସର୍ବସାଧାରଣ ସ୍ଥାନରେ ସର୍ବନିମ୍ନ ଛଅ ଫୁଟର ଦୂରତା ବଜାୟ ରଖିବା
୮. ଧାର୍ମିକ ସ୍ଥାନରେ ମୂର୍ତ୍ତି ଏବଂ ଧର୍ମଗ୍ରନ୍ଥ ଛୁଇଁବାକୁ ଅନୁମତି ଦିଆଯିବ ନାହିଁ