ମେସି ଙ୍କ ଶେଷ ମ୍ୟାଚ FIFA 2022

ମେସି ଆଉ ବିଶ୍ୱକପରେ ଦେଖାଯିବେ ନାହିଁ। ମେସି ଏହା ନିଷ୍ପତ୍ତି ନେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିଶ୍ୱକପ ୨୦୨୨ର ଫାଇନାଲ ତାଙ୍କର ଶେଷ ବିଶ୍ୱକପ ମ୍ୟାଚ୍ ହେବ। ଆଜି ଫାଇନାଲରେ ଆର୍ଜେଣ୍ଟିନା ଦଳ ଫ୍ରାନ୍ସ ବିପକ୍ଷରେ ପଡ଼ିଆକୁ ଅଲ୍ଲେଇବ। ଆଜି ମେସିଙ୍କ ଫେନ୍ ମାନେ ମେସିଙ୍କୁ ଶେଷ ଥର ପାଇଁ ବିଶ୍ୱକପ୍ ଖେଳିବାର ଦେଖିବେ ଯେଉଁଥିପାଇଁ ଫେନ୍ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଷ୍ଟାର ଖେଳାଳିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା କ୍ରୋଏସିଆକୁ ପରାସ୍ତ କରି Fifa ଟାଇଟଲ ମ୍ୟାଚରେ ପ୍ରବେଶ କରିଥିଲା। ଫାଇନାଲରେ ପ୍ରବେଶ କରିବା ପରେ ମେସି କହିଥିଲେ ଯେ ଶେଷ ଫାଇନାଲ ମ୍ୟାଚ୍ ଖେଳି ବିଶ୍ୱକପ୍ ଫାଇନାଲରେ ତାଙ୍କ ଯାତ୍ରା ଶେଷ କରିବେ ଓ ଏଥିରେ ସେ ବେଶ୍ ଖୁସି ଅଛନ୍ତି । ଆର୍ଜେଣ୍ଟିନା ୨୦୧୪ରେ ଏହାର ଶେଷ ବିଶ୍ୱକପ୍ ଫାଇନାଲ୍ ଖେଳିଥିଲା ଯେଉଁଠାରେ ଜର୍ମାନୀ ତାଙ୍କୁ ପରାସ୍ତ କରିଥିଲା । ଆର୍ଜେଣ୍ଟିନ ର ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମେସି କହିଛନ୍ତି ଯେ ଏହା ହାସଲ କରି ସେ ବହୁତ ଖୁସି । ସେ ଫାଇନାଲ୍ ସହିତ ବିଶ୍ୱକପ୍ ଯାତ୍ରା ଶେଷ କରିବେ। ମେସି ଆହୁରି କହିଛନ୍ତି ଯେ ଆଗାମୀ ବିଶ୍ୱକପ ପାଇଁ ଏବେ ବହୁତ ସମୟ ଅଛି ଏବଂ ମୁଁ ଭାବୁନାହିଁ ଯେ ମୁଁ ଏହା କରିପାରିବି ଏବଂ ଏହି ଉପାୟରେ ଯାତ୍ରା ଶେଷ କରିବା ଭଲ ।ଏହା ହେଉଛି ମେସିଙ୍କ ପଞ୍ଚମ ବିଶ୍ୱକପ ଏବଂ ସେ ବିଶ୍ୱକପ ଇତିହାସରେ ମୋଟ ୧୧ ଗୋଲ ସ୍କୋର କରିଛନ୍ତି। ଆର୍ଜେଣ୍ଟିନାର ତାରକା ମେସି କହିଛନ୍ତି ଯେ ଦଳର ଲକ୍ଷ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରେ ଏବଂ ଫାଇନାଲ୍ ପାଇଁ ସେ କହିଛନ୍ତି ଯେ ଇତିହାସ ସୃଷ୍ଟି କରିବାକୁ ଯାଉଛୁ ।