ଗିତ ଗାଈ ବିବାଦରେ ଶଙ୍କର ଓମ୍ ଶରଣ

ବିବାଦରେ ଶଙ୍କର ଓମ୍ ଶରଣ
ଓଡ଼ିଶାର ପ୍ରତ୍ୟେକ ନାରୀ ଅସମ୍ମାନ କରିବା ଅପଶଦ୍ଦ ବ୍ୟବହାର କରି ଗୀତ ବୋଲିବା ଏବେ ମହଙ୍ଗା ପଡ଼ିଛି କଳାକାର ଶଙ୍କର ଓମ୍ ଶରଣ ଙ୍କୁ। ଅବିଭକ୍ତ କୋରାପୁଟ ଜିଲ୍ଲାର ଝିଅ ଅପମାନ କରି ଗୀତ ବୋଲି ଏବେ ଶଙ୍କର ଙ୍କୁ ବିବାଦ ଘେରରେ ଟାଣି ନେଇଛି । ଯାହାକୁ ବିରୋଧ କରି ଇଣ୍ଟରନେସନାଲ ହ୍ୟୁମାନରାଇଟ କମ୍ୟୁନିଟି କୋରାପୁଟ ଶାଖା, ଜୟପୁର ସଚେତନ ମହିଳା ସଂଘ,ସ୍ୱର ଘୁଙ୍ଗୁର ବିଭିନ୍ନ ସଂଘ ପକ୍ଷରୁ ଥାନାରେ ଏତଲା ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଆଇନ୍ ର କ’ଣ ଉର୍ଦ୍ଧ ରେ ଶଙ୍କର ଓମ୍ ଶରଣ ତାଙ୍କୁ ଏହିଭଳି ଗୀତ ରେକର୍ଡ କରିବା ଏବଂ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ନାରୀ ଜାତିକୁ ଅପମାନ କରିବା ଅଧିକାର ଦେଲା କିଏ ?

କାହିଁକି ଓଡିଶା ପୋଲିସ ଶଙ୍କର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଛି । ମାଁ କୁ ସମ୍ମାନ ଏବଂ ନାରୀକୁ ଜାତିକୁ ଆଗେଇବା ପାଇଁ ଅନେକ ପଦକ୍ଷେପ ନେଉଥିବା ସରକାର ଏବେ କ’ଣ ପାଇଁ ଚୁପ୍। କେବେ ହେବ ଶଙ୍କର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏପରି ଅନେକ ପ୍ରଶ୍ନ କରୁଛନ୍ତି କୋରାପୁଟବାସୀ ।

ସେପଟେ କିନ୍ତୁ ଶଙ୍କର ନିଜ ଭୁଲ୍ ମାନିବା ପରିବର୍ତ୍ତେ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରିବାରେ ବ୍ୟସ୍ତ। ମନେ ହେଉଛି ତାଙ୍କ ଫୋକସ୍ କେବଳ କୋରାପୁଟ ଝିଅ ଙ୍କୁ ବଦନାମ କରିବା।ଏହା ଚାଲିବା ଶଗଡ଼ ରେ ହାତ ମାରିବା ପରି ମନେ ହେଉଛି କାରଣ ଗୋଟିଏ ପରେ ଗୋଟିଏ ସଂଘ ଶଙ୍କର ଙ୍କ ବିରୋଧ କରିବାରେ ଲାଗିଛି ଏବଂ ଆଜି ଜୟପୁର ଉପଜିଲ୍ଲାପାଳ ଜରିଆରେ ମହିଳା କମିଶନ ଙ୍କୁ ଶଙ୍କର ଓମ୍ ଶରଣ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି ।