ଘରେ ବନାନ୍ତୁ ହୋଟେଲ ଷ୍ଟାଇଲ୍ ମାଛ ତରକାରୀ

ମାଛ ଖାଇବାକୁ ସମସ୍ତେ ଭଲପାଆନ୍ତି। ଆମେ ମାଛର ବହୁତ ସାରା ରେସିପି ଘରେ ବନାଇ ଥାଉ । କିନ୍ତୁ ଆଜି ଆମେ ହୋଟେଲ ଷ୍ଟାଇଲ ରେ ମାଛ ମସଲା ଘରେ ପ୍ରସ୍ତୁତ କରିବା । ଆସନ୍ତୁ ଜାଣିବା କ’ଣ ସବୁ ସାମଗ୍ରୀ ଆବଶ୍ୟକ।

• ମାଛ ୫୦୦ଗ୍ରାମ
• ଗୋଟିଏ କ୍ୟାପସିକମ୍
• ୨ଟି କଟା ଟମାଟୋ
• ୨ଟି କଟା ପିଆଜ
• କିଛି ଧନିଆପତ୍ର
• ୧ ଚାମଚ ସୋରିଷ
• ଲଙ୍କାଗୁଣ୍ଡ
• ହଳଦୀ ଗୁଣ୍ଡ
• ଗରମ ମସଲା
• ଖାଇବା ତେଲ
• ଅଦା ରସୁଣ ପିଆଜ ପେଷ୍ଟ
• ଲୁଣ
• ପାଣି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମାଛକୁ ଭଲଭାବରେ ପାଣିରେ ଧୋଇଦିଅନ୍ତୁ। ଧୋଇସାରିବା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ,ହଳଦି , ଲଙ୍କାଗୁଣ୍ଡ ଦେଇ ମାଛକୁ ଗୋଳେଇ ଦିଅନ୍ତୁ। ଗ୍ୟାସ ଅନ୍ କରନ୍ତୁ ଗୋଟିଏ ତାବାରେ ମାଛ ଖଣ୍ଡ ଗୁଡ଼ିକୁ ତେଲରେ ଭାଜି ଦିଅନ୍ତୁ। ମାଛ ଭାଜି ହୋଇଗଲା ପରେ ପ୍ଲେଟ୍ ରେ କାଢ଼ି ଦିଅନ୍ତୁ । ତା’ପରେ ଗୋଟିଏ କଢ଼େଇ ନିଅନ୍ତୁ । କଢ଼େଇ ଗରମ ହୋଇଗଲା ପରେ ୩ ରୁ ୪ ଚାମଚ ତେଲ ନିଅନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ୧ ଚାମଚ ସୋରିଷ ଦିଅନ୍ତୁ । ସୋରିଷ ଫୁଟିଗଲା ପରେ ସେଥିରେ କଟାଯାଇଥିବା ପିଆଜ କୁ ପକାଇ ଦିଅନ୍ତୁ। ପିଆଜ ଟିକେ ଫ୍ରାଏ ହୋଇଗଲା ପରେ କଟାଯାଇଥିବା କ୍ୟାପସିକମ୍ କୁ ଦେଇଦିଅନ୍ତୁ । ପିଆଜ ଓ କ୍ୟାପସିକମ୍ ଉଭୟ ଫ୍ରାଏ ହୋଇଗଲା ପରେ ବଟା ଯାଇଥିବା ଅଦା , ରସୁଣ, ପିଆଜ ପେଷ୍ଟ ଙ୍କୁ ପକାନ୍ତୁ । ମସଲା ରୁ କଞ୍ଚା ବାସ୍ନା ଗଲା ପଯ୍ୟନ୍ତ ମସଲାକୁ ଫ୍ରାଏ କରନ୍ତୁ । ଦେଖିବେ ମସଲା ଟିକେ ଶିଝି ଆସିଲା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ଲଙ୍କାଗୁଣ୍ଡ,ହଳଦି ଗୁଣ୍ଡ , ମସଲା ଗୁଣ୍ଡ କୁ ଦେଇ ମସଲାକୁ କଷନ୍ତୁ । ମସଲା କଷି ସାରିଲା ପରେ କଟାଯାଇ ଥିବା ଟମାଟୋ ଏବଂ ଧନିଆ ପତ୍ର କୁ ଦିଅନ୍ତୁ ଏବଂ ଗ୍ୟାସ୍ ଜାଳକୁ ଟିକେ କମେଇ ଦିଅନ୍ତୁ । ଦେଖିବେ ଆସ୍ତେ ଆସ୍ତେ ମସଲା ଟମାଟୋ ସହ ମିଶି ସିଝିବା ଆରମ୍ଭ କରିଦେବ ଏବଂ ସୁନ୍ଦର ବାସ୍ନା ଦେବ । ତା’ପରେ ଆଉ ଟିକେ ଧନିଆ ପତ୍ର ଆଡ୍ କରିଦେବେ ତାପରେ ଗୋଟିଏ ଗ୍ଲାସ୍ ପାଣି ଦେଇଦେବେ । ଫୁଟିବା ଆରମ୍ଭ କରିଦେଲେ ସେଥିରେ ଗୋଟିଏ ପରେ ଗୋଟିଏ ମାଛ ପିସ କୁ ଝୋଳରେ ଛାଡ଼ିଦେବେ । ୧୦ ରୁ ୧୫ ମିନିଟ୍ ପରେ ଗ୍ୟାସ ବନ୍ଦ କରିଦେବେ । ଏବେ ପ୍ରସ୍ତୁତ ହୋଇଗଲା ହୋଟେଲ ଷ୍ଟାଇଲର ମାଛ ମସଲା ଏବେ ନିଜେ ଖାଆନ୍ତୁ ଏବଂ ଅନ୍ୟ ମାନଙ୍କୁ ଖୁଆନ୍ତୁ ଟେଷ୍ଟି ଟେଷ୍ଟି ହୋଟେଲ ଷ୍ଟାଇଲରେ ମାଛ ମସଲା । ଆଶା କରୁଛି ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ ।