ଆହୁରି ବର୍ଷେ ମାଗଣା ରାସନ୍

ଆହୁରି ବର୍ଷେ ମାଗଣା ରାସନ୍

ଗରିବ ହିତାଧିକାରୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀ ମାନଙ୍କୁ ଆଗାମୀ ୧ବର୍ଷ ଯାଏ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ମୋଦୀ। ଗତକାଲି କ୍ୟାବିନେଟ ବୈଠକରେ ଏପରି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ। ଯାହାଦ୍ବାରା ଦେଶର ୮୦କୋଟି ହିତାଧିକାରୀ ଉପକୃତ ହେବେ । ହିତାଧିକାରୀ ମାନେ ଖାଦ୍ୟଶସ୍ୟ ପାଇଁ ଟଙ୍କାଟିଏ ମଧ୍ୟ ଦେବାକୁ ପଡ଼ିବ ନାହିଁ ଯାହାକୁ ନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି ହିତାଧିକାରୀ ।