ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗବିନ୍ଦ ସାହୁ ଆତ୍ମହତ୍ୟା !

ମମିତା ମେହେର ହତ୍ୟାକାଣ୍ଡ ସାରା ରାଜ୍ୟରେ ହୋଇଚୋଇ ସୃଷ୍ଟି କରିଦେଇଥିଲା । ମମିତା ଙ୍କୁ ଏଯାବତ୍ ନ୍ୟାୟ ମିଳିନଥିଲା ବେଳେ ଆଜି କୋର୍ଟରେ ହାଜର ହୋଇଥାନ୍ତା ଗୋବିନ୍ଦ। ସବୁଠାରୁ ବଡପ୍ରମାଣ ଭାବେ ବିବେଚନା କରାଯାଉଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ଜେଲ୍ ର ଏକ ଛୋଟ ଗଛରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଜେଲରେ ଏତେ ସୁରକ୍ଷା ଥିବାବେଳେ ଗୋବିନ୍ଦ କିପରି ଆତ୍ମହତ୍ୟା କଲେ । ଏହା ଆତ୍ମହତ୍ୟା ନାଁ ହତ୍ୟା ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ସରକାରଙ୍କୁ ଘେରିଛି ବିଜେପି। ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ। ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଆତ୍ମହତ୍ୟା ପାଇଁ ବାଧ୍ୟକଲେ। କେପ୍ଟେନ ଦିବ୍ୟଶଙ୍କର ଙ୍କୁ କ୍ଲିନଚିଟ ପାଇଁ ଉଦ୍ୟମ ହୋଇଥିବା ସେ କହିଛନ୍ତି। ମାରିଲେ ନା ମରିବାକୁ ବାଧ୍ୟ କଲେ ଏହାର ତଦନ୍ତ ହେବା ଦରକାର କହିଛନ୍ତି ସ୍ମୃତି । ପ୍ରେସମିଟ୍‌ରେ ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ ଗୋବିନ୍ଦ ସାହୁକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି। ଗୋବିନ୍ଦର ମୃତ୍ୟୁ ପରେ ମାମଲାରେ ସମ୍ପୃକ୍ତି ଥିବା ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍‌ଚିଟ୍‌ ମିଳିଯିବ ବୋଲି ସ୍କୃତି କହିଛନ୍ତି। ଅନ୍ୟପଟେ କଣ୍ଟାବାଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଗୋବିନ୍ଦ ସାହୁ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଅଛି ଏହି ଘଟଣାରେ ସିବିଆଇ ତଦନ୍ତ ଆବଶ୍ୟକ ରହିଛି ।

କ୍ରାଇମ୍ ଫାଇଲ୍ ଅପେନ୍ ହେବା ପୂର୍ବରୁ ବନ୍ଦ ହୋଇଯାଇଛି ।
ଆଜି କୋର୍ଟରେ ହାଜର ହୋଇ ଗୋବିନ୍ଦ କିଛି ସତ ଓଗାଳିଥାନ୍ତା କି ? ଗୋବିନ୍ଦ ସାହୁ ସହ ଆଜି ମମତା ମେହେର ହତ୍ୟାକାଣ୍ଡ ର ସମସ୍ତ ପ୍ରମାଣ ଫାଇଲ୍ ତଳେ ବନ୍ଦ ହୋଇଯିବ କି ? ମମତା ମେହେର ହତ୍ୟାକାଣ୍ଡ ରେ ଆଉ କିଏ ହାଇ ପ୍ରୋଫାଇଲ୍ ବ୍ୟକ୍ତି ସଂପୃକ୍ତ ଅଛନ୍ତି କି ? ଏପରି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ଏବଂ ଆଜି ଗୋବିନ୍ଦ ସାହୁ ଆତ୍ମହତ୍ୟା ରେ ମମତା ମେହେର ହତ୍ୟାକାଣ୍ଡ ଆହୁରି ଘନେଇବାକୁ ଲାଗିଛି। ସବୁ ରହସ୍ୟ ଉପରୁ ପରଦା ହଟେଇବ କି ପୋଲିସ ।