ଘରେ ଘରେ ମେଥି ପରିଚିତ। ମେଥିକୁ ଆମେ ରୋଷେଇ କାର୍ଯ୍ୟରେ ବ୍ୟବହାର କରିଥାଉ କିନ୍ତୁ ଆପଣ ଜାଣନ୍ତି କି ମେଥି ଆପଣଙ୍କ କେଶ କୁ ମୋଟା ଏବଂ ଲମ୍ବା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ମେଥି କେଶ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହା କେଶ ଝଡ଼ିବା, ଚନ୍ଦାପଣ, କେଶ ଶୁଷ୍କ ଇତ୍ୟାଦି କେଶ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ।ମେଥି କେଶରେ ବ୍ୟବହାର କରିବାପରେ ଲୋକମାନେ ଆପଣଙ୍କ ସୁନ୍ଦର କେଶର ରହସ୍ୟ ପଚାରିବା ଆରମ୍ଭ କରିଦେବେ।ତେବେ ଆସନ୍ତୁ ଜାଣିବା ମେଥିକୁ କିପରି ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶର ଯତ୍ନ ନେବା ସହ କଳା ଘନ ଓ ଲମ୍ବା କରିବାରେ ସାହାଯ୍ୟ କରେ।
ଏହା କୁ ଘରୋଇ ଓ ଆୟୁର୍ବେଦିକ ଉପାୟ ମଧ୍ୟ କୁହାଯାଇ ପାରେ।ମେଥି ଦେଖିବାକୁ କ୍ଷୁଦ୍ର ହଳଦିଆ ରଙ୍ଗର । ଏହା ଏତେ ଶକ୍ତିଶାଳୀ ଯେ ଅନେକ ରୋଗରୁ ମୁକ୍ତି ଦେଇପାରେ ଏବଂ କେଶ ପାଇଁ ଏହା ବହୁତ ଉପଯୋଗୀ ହୋଇଥାଏ। ମେଥିକୁ କିପରି ବ୍ୟବହାର କରିବେ ଏହାର ଘରୋଇ ଟିପ୍ସ ଆପଣଙ୍କୁ କହିବୁ । ଯାହା ଆପଣଙ୍କ କେଶ ଝଡ଼ିବା ରୁ ମୁକ୍ତି ଦେବା ସହ କେଶ ମୋଟା କରିବାରେ ସାହାଯ୍ୟ କରିଥାଏ । ମେଥି ନିୟମିତ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ କଳା ଘନ ଲମ୍ବା ହୋଇଥାଏ।

• ମେଥି ଦାନା ଗୁଡିକୁ ପାଣିରେ ବତରାଇ ଦିଅନ୍ତୁ ଗୋଟିଏ ଦିନ ପରେ ଗ୍ରାଇଣ୍ଡର୍ କରିନିଅନ୍ତୁ ଏହା ପରେ ଏହାକୁ ଏକ ସ୍ପ୍ରେ ବୋତଲରେ ଭରନ୍ତୁ । ଏହାକୁ ସକାଳେ କେଶରେ ସ୍ପ୍ରେ ପରି କେଶରେ ଲଗାନ୍ତୁ ଓ ସନ୍ଧ୍ୟାରେ କେଶ ଧୋଇ ଦିଅନ୍ତୁ ।
• ମେଥିର ଏକ ପାଉଡର ପ୍ରସ୍ତୁତ କରନ୍ତୁ ସେହି ପାଉଡର କୁ ନଡ଼ିଆ ତେଲ ରେ ମିଶାଇ କେଶରେ ବ୍ୟବହାର କରନ୍ତୁ।
• ମେଥି ସହ ଅଁଳା ଗ୍ରାଇଣ୍ଡର୍ କରି ଏହାର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ତାପରେ ସେହି ଗୁଣ୍ଡ କୁ ପାଣିରେ ମିଶାଇ କେଶରେ ଲଗାନ୍ତୁ । ୧୦ରୁ ୧୫ ମିନିଟ୍ ପରେ କେଶ ଧୋଇ ଦିଅନ୍ତୁ।
• ଲମ୍ବା ଏବଂ ଚକଚକିଆ କେଶ ପାଇଁ ଦୁଇ ଚାମଚ ମେଥି ରାତିରେ ପାଣିରେ ଭିଜାନ୍ତୁ ସକାଳେ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ ପେଷ୍ଟରେ ଏକ ଚାମଚ ମୋଟା ନଡ଼ିଆ ତେଲ ଓ ଏକ ଚାମଚ କ୍ଷୀର ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ପ୍ରୟୋଗ କରି ଏହାକୁ 30 ମିନିଟ୍ ପାଇଁ ଛାଡିଦିଅନ୍ତୁ। ପରେ କେଶ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇଥର ହେୟାର ବ୍ୟବହାର କରବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେଇଥାଏ ।