ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସୁନା ଦୋକାନରେ ଚାକିରି କରେଇ ଦେବା ନାଁରେ ବର୍ଷା ୩୦ ହଜାର ଟଙ୍କା ଠକି ଦେଇଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସ୍ଥିତ ସହିଦନଗର ର କଲ୍ୟାଣୀ ନାୟକ । ଏନେଇ ବର୍ଷା ନିଜ ଫେସବୁକ ଆକାଉଣ୍ଟରେ ସଫେଇ ରଖି କହିଛନ୍ତି ଏହି ଅଭିଯୋଗ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର । ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତିି ଅଭିଯୋଗକାରିଣୀ କଲ୍ୟାଣୀ ଙ୍କୁ ସେ ଜାଣି ନାହାନ୍ତି କି କେବେ ଦେଖିନଥିବା କଥା ଡିସିପି ପ୍ରତୀକ ସିଂ ଙ୍କୁ ଭେଟି କହିଛନ୍ତି। ଏଥି ସହିତ ବର୍ଷା କହିଛନ୍ତି ଯେ ଏକ ଅଜଣା ଆକାଉଣ୍ଟ ରୁ ୩୦ହଜାର ଟଙ୍କା ତାଙ୍କ ଆକାଉଣ୍ଟ କୁ ଆସିଥିଲା ଯାହା ସେ ପରବର୍ତ୍ତୀ ସମୟରେ ଫେରସ୍ତ କରି ଦେଇଛନ୍ତି। ଏହା ପରେ ଡିସିପି ଘଟଣାକୁ ଗମ୍ଭୀରତା ନେଇ ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପଟେ ବର୍ଷାଙ୍କ ନାଁ ରେ ଏପରି ଅଭିଯୋଗ ପରେ ଫେନ୍ ମାନଙ୍କ ମନରେ ଆଘାତ ଦେବା ସହ ସୋସିଆଲ ମିଡ଼ିଆରେ ବର୍ଷାଙ୍କ ସପକ୍ଷରେ ମତପ୍ରଦାନ କରୁଛନ୍ତିି।