ବଢିଲା ଅବଧି ମିଳିଲା ଆଶ୍ୱସ୍ତି ଆଉ ଫାଇନ କଟିବନି

ବଢିଲା ଅବଧି ମିଳିଲା ଆଶ୍ୱସ୍ତି
ସାରା ଦେଶରେ HSRP ଲଗାଇବା ଅବଧି ଏବଂ ସମୟ ସିମା କୁ ଦେଖାଦେଇଥିଲା ତ୍ରିବ ଅସନ୍ତୋଷ ଗୋଟିଏ ପଟେ ସ୍ଲୋଟ ମିଳୁନଥିବାବେଳେ ଅନ୍ୟପଟେ ମୋଟା ଅଙ୍କର ଲାଇନ ଗାଡିଚାଳକଙ୍କୁ ଚିନ୍ତାରେ ପକାଇଥିଲା ଗାଡ଼ି ଘରେ ରଖିବେ ନାଁ ବାହାରକୁ କାଢି ଫାଇନ ଗଢ଼ିବାକୁ ପଡ଼ିବା ଭୟ ମଧ୍ୟ ଥିଲା ।ଏବେ ଲୋକଙ୍କୁ ଆସନ୍ତି ଦେଲେ ରାଜ୍ୟସରକାର। ରାଜ୍ୟ ସରକାର ଅବଧି ମାସେ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ଆଉ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ସରକାର ହାଇକୋର୍ଟରେ ପ୍ରସ୍ତାବ ଦେଇଛନ୍ତି । ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୭ ଓ ୮ ଥିଲେ ନଭେମ୍ବର ୩୦ ସୁଦ୍ଧା ଓ ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୯ ଓ ଶୂନ ଥିଲେ ଡିସେମ୍ବର ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୧୯ ଏପ୍ରିଲ୍ ୧ ପୂର୍ବରୁ କିଣା ଯାଇଥିବା ସମସ୍ତ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି।

ବଢିଲା ହାଇ ସିକ୍ୟୁରିଟୀ ନମ୍ବର ପ୍ଲେଟ ସମୟ ସୀମା ଅବଧି. 31 ଅକ୍ଟୋବରକୁ ଘୁଞ୍ଚିଲା ଡେଡଲାଇନ…
କାହା ପାଇଁ କେବେ ଡେଡଲାଇନ:-
ଶେଷ ଅଙ୍କ 1,2,3,4 ପାଇଁ – ୩୧ ଅକ୍ଟୋବର
ଶେଷ ଅଙ୍କ 5,6 ପାଇଁ – ୩୦ ନଭେମ୍ୱର
ଶେଷ ଅଙ୍କ 7,8 ପାଇଁ – ୩୧ ଡିସେମ୍ବର
ଶେଷ ଅଙ୍କ ୯, ୦ ପାଇଁ – ୩୧ ଜାନୁଆରୀ


ଏଥିପାଇଁ ଜୁନ୍ ୧ରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଥିଲା । ପୂର୍ବରୁ ଦୈନକ ୭ରୁ ୮ ହଜାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବୁକିଂ ହେଉଥିବା ବେଳେ ଏବେ ଦୈନିକ ୬୦ରୁ ୭୦ ହଜାର ବୁକିଂ ହେଉଛି ।