ଆଜି ଟିମ୍ ଇଣ୍ଡିଆକୁ ଜି ଯାନ୍ ଲଗାଇବାକୁ ପଡିବ ।

ଆଜି ଫୁଲ୍ ଏନର୍ଜିରେ ଷ୍ଟାଡିୟମକୁ ଓଲାଇବାକୁ ପଡ଼ିବ ଟ୍ରିମ ଇଣ୍ଡିଆକୁ କାରଣ ଆଜି ଭାରତ ପାଇଁ କର ବା ମର ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତ ହକି ବିଶ୍ୱକପରେ ଭାରତ ଆଗକୁ ବଢିବାକୁ ହେଲେ ଟ୍ରିମ ଇଣ୍ଡିଆକୁ ଆଜି ଗୋଲ୍ ର ବର୍ଷା କରିବାକୁ ପଡ଼ିବ। ଅର୍ଥାତ ନକ୍ ଆଉଟ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବାରୁ ଆଜି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ମୁକାବିଲା ରହିଛି । ଭାରତ ୩ଟି ମ୍ୟାଚ୍ ଖେଳି ଅପରାଜେୟ ରହିଥିଲେ ମଧ୍ୟ ପୁଲ “ଡି” ରେ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ଏହି କ୍ରସ ଓଭର ମ୍ୟାଚ୍ ଖେଳିବ ଭାରତ । ତେଣୁ ହକି ପ୍ରେମୀ ମାନଙ୍କ ହାଟ୍ ବିଟ୍ ବଢିବା ସହିତ ସମସ୍ତଙ୍କ ନଜର ଆଜିର ମ୍ୟାଚ ଉପରେ ରହିଛି। ଯଦି ଆଜି ଭାରତ ମ୍ୟାଚ୍ ଜିତେ ତେବେ ମଙ୍ଗଳବାର ରାତିରେ କ୍ୱାର୍ଟର ଫାଇନାଲରେ ବିଶ୍ୱକପ୍ ଓ ଅଲିମ୍ପିକ ବିଜେତା ବେଲଜିୟମକୁ ଭେଟିବ । ତେଣୁ ଆଜିର ମ୍ୟାଚ ଭାରତ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ରହିଛି।