ଆଜିଠାରୁ କାଉଣ୍ଟରରେ ମିଳିବ ହକି ବିଶ୍ୱକପ୍ ଟିକେଟ

କାଉଣ୍ଟରରେ ମିଳିବ ହକି ବିଶ୍ୱକପ୍ ଟିକେଟ

ବିଶ୍ୱର ସବୁଠାରୁ ଲୋକପ୍ରିୟ ହକି ଖେଳ ପାଇଁ ଏବେ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଜାନୁୟାରୀ ୧୩ ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ ମହାକୁମ୍ଭ। ସେଥିପାଇଁ ହକି ପ୍ରେମୀ ମାନଙ୍କ ମଧ୍ୟରେ ଏବେଠାରୁ ଦେଖା ଦେଲାଣି ହକି ଫିବର। ଆଜିଠାରୁ (19.12.2023) ଅଫଲାଇନରେ ଉପଲବ୍ଧ ହେବ ହକି ବିଶ୍ୱକପ୍ ଟିକେଟ। ଦିନ ୧୧ ଟାରୁ ସନ୍ଧ୍ୟା ୭ଟା ଯାଏ ବିକ୍ରି ହେବ ଟିକେଟ। ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମର ୮ ନମ୍ୱର ଗେଟ୍ ଏବଂ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମର ଗେଟ୍ ନମ୍ୱର ୬ ଓ ୨ରେ ମିଳିବ ଟିକେଟ। ଓଡ଼ିଶାରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବ ରାଉରକେଲାରେ ୨୦ଟି ମ୍ୟାଚ୍ ଓ ଭୁବନେଶ୍ୱରରେ ୨୪ଟି ମ୍ୟାଚ୍ ଖେଳାଯିବ । ଟିକେଟର ମୂଲ୍ୟ ୨୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। କଳିଙ୍ଗ ଷ୍ଟାଡିୟମ ୱେଷ୍ଟ ଷ୍ଟାଣ୍ଡ ପାଇଁ ୫୦୦ଟଙ୍କା ,ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ ଓ ନର୍ଥ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଟିକେଟ ଦର ରହିଛି । ସମସ୍ତେ କିପରି ସ୍ୱଚ୍ଛତା ସହ ଟିକେଟ ପାଇବେ ଏବଂ ଟିକେଟର କଳାବଜାରୀ ରୋକିବାକୁ ପୋଲିସର ରହିବ କଡ଼ା ନଜର ।