ଓଡ଼ିଶାର ସମସ୍ତ ଜିଲ୍ଲା ପରିକ୍ରମା କରିବ ହକି ବିଶ୍ୱକପ୍ ଟ୍ରଫି

ସାରାଦେଶରେ ଏବେ ହକି କ୍ରେଜ୍ । ଯେଉଁଠି ଦେଖିବ ହକି ଗ୍ରାଣ୍ଡ ସେଲିବେସ୍ ସାଙ୍ଗକୁ ହକି ଫେବର୍ ଦେଖିବାକୁ ମିଳୁଛି । ଜାନୁଆରୀ ୧୩ରେ‌ ଭୁବନେଶ୍ୱର ଓ ରାଉରକେଲା ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହୋକି ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦିପନା ସାଙ୍ଗକୁ ହକି ଟ୍ରଫି କିଏ ବାଜିମାରିବ ତାକୁ ନେଇ ବେଶ୍ ଏକ୍ସସାଇଟମେଣ୍ଟ ରହିଛି। ଏହି ବିଶ୍ୱକପ୍ ଟ୍ରଫି ଭାରତର ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପରିକ୍ରମା କରିବା ପରେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲା । ଭୁବନେଶ୍ୱର ବିମାନ ବନ୍ଦରରେ ଗ୍ରାଣ୍ଡ ୱାଲକମ୍ କରାଯାଇଥିଲା।

fih

ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଟ୍ରଫିକୁ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କୁ ହସ୍ତାନ୍ତର କରିଥିଲେ । ଆଜି ଠାରୁ ଏହି ଟ୍ରଫି ଓଡ଼ିଶାର ୩୦ଟି ଜିଲ୍ଲା ପରିକ୍ରମା କରି ୧୩ତାରିଖ ସୁଦ୍ଧା ପୁଣି ଭୁବନେଶ୍ୱର ଫେରିବ । ଆଜି ସକାଳ ୭ଟାରୁ ୯ସମୟରେ ନୟାଗଡ଼ ଓ ୩ଟା ରୁ ୫ଟା ସମୟରେ ଖୋର୍ଦ୍ଧାରେ ପରିକ୍ରମା କରିବ । ଆସନ୍ତା କାଲି ସକାଳ ୭ଟା ରୁ ୯ଟା ରେ ପୁରୀ ଏବଂ ଅପରାହ୍ନ ୩ଟା ରୁ ୫ଟା ପଯ୍ୟନ୍ତ କୋଣାର୍କରେ ପରିକ୍ରମା କରିବ । ନଜର ପକାନ୍ତୁ କେଉଁ ଦିନ କେଉଁ କେଉଁ ଜିଲ୍ଲାକୁ ପରିକ୍ରମା କରିବ ହକି ବିଶ୍ୱକପ୍ ଟ୍ରଫି ।