ହକିବିଶ୍ୱ କପ୍ ପାଇଁ ବଢୁଛି ହାର୍ଟ ବିଟ୍

ହକିବିଶ୍ୱ କପ୍ ପାଇଁ ବଢୁଛି ହାର୍ଟ ବିଟ୍

ଖେଳାଳି ଏବଂ ଦର୍ଶକଙ୍କୁ ଅପେକ୍ଷା କରିଛି ଷ୍ଟାଡିୟମ୍। ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଆଉ ମାତ୍ର କେଇଟା ଦିନ ପରେ ଇତିହାସ ରଚିବ ଓଡ଼ିଶା।ପୁର ରୁ ପଲ୍ଲୀ ସବୁଠାରେ ଏବେ ହକି କ୍ରେଜ୍। ବର୍ଷିବ ବଲ ଇତିହାସ ରଚିବ ଓଡ଼ିଶା। ସେଦିନ କୁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ ଅନ୍ୟପଟେ ହକି ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦିପନା ଭରି ଯାଇଛି। ଆସନ୍ତା କାଲି ବାରବାଟିରେ ଉଦଘାଟନୀ ଉତ୍ସବ ଥିବାରୁ କଟକର ସମସ୍ତ ସରକାରୀ ବେସରକାରୀ ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ନ ୨ଟା ପରେ ବନ୍ଦ ରହିବା ନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ। ବାରବାଟି ଷ୍ଟାଡିୟମ ଐତିହାସିକ ଷ୍ଟାଡିୟମ ହୋଇଥିବାରୁ ଏହି ଉଦଘାଟନୀ ଉତ୍ସବରେ ପ୍ରବଳ ଭିଡ଼ ହେବା ନେଇ ଆଶଙ୍କା କରାଯାଉଛି। ଯେଉଁଥିପାଇଁ ଆସନ୍ତା କାଲି ପୋଲିସ ଛାଉଣୀରେ ରହିବ ପୁରା କଟକ ସହର । ସହରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୫୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୫୦ ଅଫିସର ମୁତୟନ ହେବେ।