ଭଡା ଘରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ବଡ ଖବର ଆଉ ଚଳିବନି ଘର ମାଲିକଙ୍କ ଦାଦାଗିରି, ଆସୁଛି କିଛି ନୂଆ ନିୟମ !!!

ଭଡା ଘରେ ରହୁଥିବା ବ୍ୟକ୍ତିଙ୍କ ଙ୍କ ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଗୃହ ଓ ନଗର ମନ୍ତ୍ରାଣଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି ଯେ, ଭଡା ଘରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ବାଣିଜ୍ୟ ଓ ଉଦ୍ୟୋଗ ସଙ୍ଗଠନ ଆସୋଚାମ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ସେ ଏହି ସୂଚନା ଦେଇଛନ୍ତି ।

ତେବେ ଗୃହ ସଚିବ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ସମୟରେ ଥିବା ଭଡା ନିୟମ ଭଡାଟିଆମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଣୟନ କରାଯାଇଛି । ୨୦୧୧ର ଜନଗଣନା ଅନୁସାରେ ଦେଶରେ ୧.୧ କୋଟିରୁ ଅଧିକ ଘର ଖାଲି ପଡିଛି । କାହିଁକି ନା ଲୋକମାନେ ଭଡାରେ ଦେବାକୁ ପାଇଁ ଡରୁଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ପ୍ରତ୍ୟେକ ରାଜ୍ୟ ଏହି ଆଦର୍ଶ ଆଇନକୁ ଲାଗୁ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ ।

ସେ କହିଚନ୍ତି ଯେ, ‘ ଆଶା ଅଛି କି ଏହି ଆଇନ ଲାଗୁ ହେବା ପରେ ଖାଲି ପଡିଥିବା ଫ୍ଲାଟଗୁଡିକର ୬୦-୮୦ ପ୍ରତିଶତ ଭଡା ବଜାରରୁ ଆସିଯିବ । ରିଅଲ ଇଷ୍ଟେଟ୍ ଡେଭଲପର ନିଜର ବିକ୍ରି ହେଉନଥିବା ଘରକୁ ଭଡା ଘରେ ମଧ୍ୟ ରୂପାନ୍ତର କରିପାରିବେ ।