ଦାଗ ଲୁଚାଇବା ପାଇଁ ମୁଁ ଟାଟୁ କଲି ଶ୍ରୀୟା : ହ୍ୟୁମାନ ସାଗର

ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର ଆଜି ସାମ୍ବାଦିକ ସମ୍ମିଳନୀ କରି ହ୍ୟୁମାନଙ୍କ ପୋଲ୍ ଖୋଲିଛନ୍ତି। ଶ୍ରୀୟା କହିଛନ୍ତି ଯେ ହ୍ୟୁମାନ ଜଣେ ଦାୟିତ୍ବହୀନ ବ୍ୟକ୍ତି। ସେ ତାଙ୍କର ଝିଅର କୈାଣସି ଦାୟିତ୍ଵ ନିଅନ୍ତି ନାହିଁ। ଶ୍ରେୟାଙ୍କୁ ହ୍ୟୁମାନ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି। ମଦ ପିଇ ବହୁତ ପିଟନ୍ତି ଓ ନିଶା ଛାଡ଼ିବା ପରେ ମାରପିଟ୍ ପାଇଁ ଭୁଲ୍ ମାଗନ୍ତି। ଅନେକ ଥର ମଦ ପିଇବାକୁ ବାରଣ କରିବାରୁ ସେ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ଯାହାର ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ବୋଲି ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ଶ୍ରୀୟା । ଏପରିକି ଶ୍ରୀୟାଙ୍କୁ କୁଆଡେ ସିନ୍ଦୂର, ବିନ୍ଦି ଓ ଅଳତା ଲଗାଇବାକୁ ବାରଣ କରନ୍ତି। ହ୍ୟୁମାନ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ହୋଇଥିବାରୁ ଘର କଥା ଘରର ଚାରିକାନ୍ଥ ରହିବା ପାଇଁ ଅନେକ ଥର ବୁଝାମଣା ପାଇଁ ବହୁ ଚେଷ୍ଟା କରିଛି କିନ୍ତୁ ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀୟା। ସେ ଆହୁରି ମଧ୍ୟ ଅଭିଯୋଗ ଆଣି କହିଛନ୍ତି ଯେ ଏଅଶାନ୍ତି ର ଝଡ ଥାର୍ଡ ପର୍ସନ ପାଇଁ ହୋଇଛି । ଯେଉଁଥିପାଇଁ ମତେ ଘରୁ ବାହାର କରିଦେଲେ ଓ ଗତ ସେପ୍ଟେମ୍ବରରୁ ମୁଁ ମୋର ବାପା ଘରେ ଅଛି । ସମାଧାନ ପାଇଁ ଏଯାଏ ମୋ ସହିତ କେହି କଥା ହୋଇନାହାନ୍ତି ବୋଲି ଆଜି ପ୍ରେସମିଟରେ କହିଛନ୍ତି ଶ୍ରୀୟା।