ଆଜି ଭାରତ – ନ୍ୟୁଜିଲାଣ୍ଡ ମୁହାଁମୁହିଁ

T20 ରେ ଆଜି ଭାରତ, ନ୍ୟୁଜିଲାଣ୍ଡ ମୁହାଁମୁହିଁ

ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ର ଆଜି ଦ୍ୱିତୀୟ ମ୍ୟାଚ୍ ରହିଥିବାବେଳେ କ୍ରିକେଟ ପ୍ରେମି ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ନେତୃତ୍ବରେ ଆଜି ଦିନ ୧୨ଟାରେ ମଇଦ ଓହ୍ଲାଇବ ଦଳ । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ୱେଲିଙ୍ଗଟନ୍‌ରେ ଥିବା ମ୍ୟାଚ୍‌ରେ ଗୋଟିଏ ବି ବଲ୍ ପଡ଼ି ପାରିନଥିଲା । ଆଜିର ମ୍ୟାଚ୍ ଜିତି ସିରିଜ୍‌ରେ ଅଗ୍ରଣୀ ଲାଭ କରିବା ଲକ୍ଷ୍ୟ ରଖିଛି ଦୁଇ ଦଳ ।ତେବେ ଆଜି ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ସେମିଫାଇନାଲ୍ ରାଉଣ୍ଡରେ ପରାଜୟ ଲାଭ କରିବା ପରେ ଏବେ ଏହି ସିରିଜ୍ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟଙ୍କ ପାଇଁ ଗୁରୁତ୍ୱ ରଖୁଛି । ନ୍ୟୁଜିଲାଣ୍ଡ ଟିମ୍‌ରେ ଫିନ୍ ଆଲେନ୍, କେନ୍ ଓ୍ୱିଲିୟମସନ୍‌ଙ୍କ ଭଳି ଖେଳାଳି ଥିବା ବେଳେ ଭାରତ ମଧ୍ୟ ଯୁବ ବାହିନୀଙ୍କୁ ଟିମ୍‌ରେ ସାମିଲ କରିଛି । ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଫ୍ୟୁଚର ଅଧିନାୟକ ଭାବେ ଦେଖାଯାଉଥିବା ବେଳେ ଏହି ସିରିଜ୍ ତାଙ୍କ ପାଇଁ ହେବ ଅଗ୍ନି ପରୀକ୍ଷା ।