ମୃତ୍ୟୁ ପରେ ଆପଣଙ୍କ ଟଙ୍କାକୁ ସୁରକ୍ଷା ଦେବ ଡାକ ବିଭାଗ ।

ପୋଷ୍ଟ ଅଫିସ୍ କ୍ଷୁଦ୍ର ସଞ୍ଚୟ ଯୋଜନା: ଯଦି ଆପଣ ଡାକଘରେ ବିଭିନ୍ନ ଯୋଜନାରେ ଟଙ୍କା ସଞ୍ଜୟ କରିଛନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଏହି ଯୋଜନା ଦ୍ୱାରା ଆପଣ ଅନେକ ଲାଭ ପାଇଁ ପାରିବେ। ଯେଉଁଥିରେ ଆପଣଙ୍କ ଅନେକ ସମସ୍ୟାର ସମାଧାନ ପାଇଁ ପାରିବେ । ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ସଞ୍ଚୟ ଯୋଜନା, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ), ସୁକନ୍ୟା ସମ୍ରିଧୀ ଯୋଜନା, ଏନଏସସି, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଏବଂ ଅନ୍ୟାନ୍ୟ କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ବନ୍ଧରେ ପୋଷ୍ଟ ବିଭାଗ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଗାଇଡଲାଇନ ଅନୁଯାୟୀ ଗ୍ରାହକଙ୍କ ସୁବିଧା ବିଷୟରେ ଡାକଘର ସୂଚନା ପ୍ରଦାନ କରିଛି।

ଡାକ ବିଭାଗ ମିଳିଥିବା ସୂଚନା ଅନୁଯାୟୀ। ଗୋଟିଏ ଜମାକାରୀ ବ୍ୟକ୍ତି ମୃତ୍ୟୁବରଣ ପରେ ମୃତ୍ୟୁପ୍ରମାଣ ନଥିବାରୁ ତାର ପରିବାର ବର୍ଗ ସେହି ଟଙ୍କାର ସୁବିଧା ନେଇପାରୁନାହାନ୍ତି ଓ ଟଙ୍କା ଉଠାଇବା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଡାକ ବିଭାଗ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଡାକ ବିଭାଗ ସମସ୍ତ ଡାକ ଶାଖାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ ଏଭଳି ମାମଲା ସମୟସୀମା ମଧ୍ୟରେ ସମାଧାନ କରାଯାଉ। ନଚେତ୍ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହିପ୍ରକାର ପରିସ୍ଥିତିରେ ମୃତ୍ୟୁ ବିଭାଗର ତୁରନ୍ତ ସମାଧାନ କରିବ।

ମୃତ୍ୟୁ ଦାବି ପାଇଁ ଏଠାରେ ନିର୍ଦ୍ଦେଶନାମା ।
ଡାକ ବିଭାଗ କହିଛି ଯେ ଡାକଘରଗୁଡିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମୃତ ଦାବି ମାମଲାଗୁଡ଼ିକର ସମାଧାନ ନିଶ୍ଚିତ କରିବାକୁ ପଡିବ । ପୋଷ୍ଟ ବିଭାଗ ଦ୍ଵାରା ୨୦୨୩ ଜାନୁୟାରୀ୯ ରେ ଜାରି କରାଯାଇଥିବା ସୂଚନାରେ ଅନୁଯାୟୀ ମୃତ୍ୟୁ ଦାବି ମାମଲାର ଠିକ ସମୟରେ ସମାଧାନ ପାଇଁ କିଛି ନିୟମ ପାଳନ କରିବା ଆବଶ୍ୟକ।

• ମୃତ୍ୟୁ ଦାବିରେ KYC ଦଲିଲ ରହିବା ଉଚିତ ଏବଂ ଏହାକୁ ଡାକଘରେ ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
• KYC ଦସ୍ତାବିଜ ଗୁଡ଼ିକର କପି ଉପରେ ସାକ୍ଷୀଙ୍କ ଦସ୍ତଖତ ମଧ୍ୟ ଆବଶ୍ୟକ। ଯଦି ଦସ୍ତଖତ ସେଠାରେ ନାହିଁ, ତେବେ ସାକ୍ଷୀଙ୍କୁ ଡାକଘରକୁ ଯିବାକୁ ପଡିବ।
• ଦାବିଦାରଙ୍କ ଦସ୍ତଖତ, ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ପ୍ରଦାନ କରିବା ଆବଶ୍ୟକ ।
• ମୃତ୍ୟୁ ଦାବିକୁ ସମାଧାନ କରିବାକୁ ଚାହୁଁଥିବା ସମସ୍ତ ଦସ୍ତାବିଜ ଯୋଗାଇବା ବାଧ୍ୟତାମୂଳକ ନଚେତ୍ ଟଙ୍କା ବନ୍ଦ ହୋଇପାରେ ।
• ନାମାଙ୍କନପତ୍ରରେ କେବଳ ଗୋଟିଏ ଦିନରେ ଏବଂ ଅନ୍ୟ ମାମଲାରେ ସାତ ଦିନ ମଧ୍ୟରେ ମୃତ୍ୟୁ ଦାବି କରାଯାଇପାରିବ। ଏହି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଗୁଡ଼ିକୁ ଦେବାକୁ ପଡ଼ିବ ।