ଆନ୍ତର୍ଜାତିକ କଫି ଦିବସ

ଆନ୍ତର୍ଜାତିକ କଫି ଦିବସ
ଅକ୍ଟୋବର ୧ ଆନ୍ତର୍ଜାତିକ କଫି ଦିବସ ଭାବରେ ପାଳିତ ହେଉଛି।ସକାଳ ଆରମ୍ଭ ହୋଇଥାଏ କଫି କପ୍ ରୁ । ସମସ୍ତ କଫି ଲଭର୍ସ ମାନେ ଆଜି କଫି ଶୋପ୍ ରେ ଭିଡ଼ ଦେଖିବାକୁ ମିଳିଛି।ସାରା ଦେଶରେ କୋରାପୁଟ କଫି ମହକିବା ସହ କୋରାପୁଟ କଫି ଏକ ବ୍ରାଣ୍ଡ ଭାବରେ ସାରା ବିଶ୍ବରେ ବେଶ ପରିଚିତ। ଏଠାକାର ସବୁଜ ପାହାଡ଼ ବନ ସାଙ୍ଗକୁ ଜଳବାୟୁ ଏବଂ ମାଟି ଉର୍ବରତା ପାଇଁ କଫି ଚାଷ କରି ଚାଷୀ ଲାଭବାନ ହୋଇ ପାରୁଛନ୍ତି। କୋରାପୁଟ ଅଞ୍ଚଳ ର ଆଦିବାସୀ ସଂପ୍ରଦାୟ ଲୋକମାନେ କଫିଚାଷ ପାଇଁ ଆଗ୍ରହୀ ହେଲେଣି। ପାରମ୍ପରିକ ଚାଷ ଧାନ, ମାଣ୍ଡିଆ ପରେ ଏବେ କଫି ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ବର୍ଷ ତମାମ କଫି ଉଦ୍ୟାନ ରେ ପର୍ଯ୍ୟଟକ ଙ୍କ ଭିଡ଼ ଦେଖିବାକୁ ମିଳେ। କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକରେ ୧୧୪ ହେକ୍ଟର, ଦଶମନ୍ତପୁର ବ୍ଲକରେ ୫୪୦ ହେକ୍ଟର, ଲକ୍ଷ୍ମୀପୁର ୩୦୩ ହେକ୍ଟର, ନନ୍ଦପୁର ୩୦୫୨ ହେକ୍ଟର କୋରାପୁଟ ପଟାଙ୍ଗୀରେ ୪୦ ହେକ୍ଟର ଜମିରେ ଚାଷ କରାଯାଇଛି। କୋରାପୁଟ ଜିଲ୍ଲାର ୩୦୪୬ ଜଣ ଆଦିବାସୀ ଚାଷୀ ଙ୍କ ଠାରୁ ଟିଡିସିସି କିଲୋ ୪୫ ଟଙ୍କା ଲେଖାଏଁ କିଣୁଛି । ଗତବର୍ଷ କଫି ଉନ୍ନୟନ ସଂସ୍ଥା ଓ ଟିଡିସିସି ଜରିଆରେ ୩୫ ମେଟ୍ରିକ୍ ଟନ୍ କଫି କିଣାଯାଇଛି ଏବର୍ଷ ମଧ୍ୟ ୧୫୦ ମେଟ୍ରିକ୍ ଟନ୍ କଫି କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି।ଆସନ୍ତା ବର୍ଷ ୧ ହଜାର ହେକ୍ଟର ଓ ଆଗାମୀ ୩ବର୍ଷ ରେ ୫ ହଜାର ହେକ୍ଟର ଜମିରେ କଫି ଚାଷ ପାଇଁ ଟାର୍ଗେଟ ରଖାଯାଇଛି । ଆନ୍ତର୍ଜାତିକ ବଜାରରେ ଅନ୍ୟ ବ୍ରାଣ୍ଡ କୁ ଟକର ଦେଇପାରୁଛି କୋରାପୁଟ କଫି।ଏହି କଫି Amazon,Tata ଏବଂ ମୁଖ୍ୟମନ୍ତ୍ରୀ ୱେବସାଇଟ ପ୍ରସ୍ତୁତ ମଧ୍ୟ କରିଛନ୍ତି ଏହାଛଡା କଟକ, ଭୁବନେଶ୍ୱର ,ପୁରୀ ରେ ଅଫ୍ ଲାଇନ୍ ଷ୍ଟୋର ରେ ବିକ୍ରି ହେଉଛି ଏହି କଫି । ଯେଉଁ ମାନେ କୋରାପୁଟ କଫି ସ୍ବାଦ ନେବାକୁ ଚାହୁଁଛନ୍ତି କୋରାପୁଟ ଥରେ ନିଶ୍ଚିତ ଆସନ୍ତୁ ଏବଂ କୋରାପୁଟ କଫି ର ମଜା ନିଅନ୍ତୁ।