କୋରାପୁଟ ଜିଲ୍ଲା ଜୟପୁର ସହରର ଉନ୍ନତିକରଣ ଓ ସୈଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡିଛି ଜୟପୁର ପୈରପାଳିକା । ପ୍ରତିଦିନ ଶହଶହ ଗାଡିମୋଟର ଯାତାୟାତ କରୁଥିବାବେଳେ ସବୁବେଳେ ଦେଖାଦିଏ ଟ୍ରାଫିକ ସମସ୍ୟା। ଟ୍ରାଫିକ ସମସ୍ୟା କୁ ନିୟନ୍ତ୍ରଣ କରିବା ପାଇଁ ଜୟପୁର ବିଭିନ୍ନ ସ୍ଥାନରେ ଚାଲିଛି ଜବରଦଖଲ ଉଚ୍ଛେଦ। ଯାହା ଦ୍ଵାରା ରାସ୍ତା ଓସାରିଆ ହେବା ସହ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇବେ ଜୟପୁରବାସୀ । ଜୟପୁର ପୈରପାଳିକା ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ ପ୍ରକିୟା ଆରମ୍ଭ ହୋଇଥିବାବେଳେ ଆରମ୍ଭରୁ ହିଁ ଦେଖାଦେଲାଣି ବିରୋଧ। ଏଥିରେ ବିଜେପି ନେତା ମୁଣ୍ଡ ପୁରାଇବା ସହ ବିରୋଧ କରିବାରେ ଲାଗିପଡିଲେଣି । ଜୟପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ପୈରପାଳିକା ଅଧିକାରୀ ଙ୍କୁ ଜବରଦଖଲ ଉଚ୍ଛେଦର ନୀତି ନିୟମର ପାଠ ପଢେଇବା ସହ ଭୁଲଚିହ୍ନଟ କରି ଲୋକଙ୍କୁ ହଇରାଣ କରାଯାଉଥିବା ଯୁକ୍ତି କରିବା ସହ ଆଗାମୀ ଦିନରେ ପୈରପାଳିକା ଅଫିସ ଘେରାଉ କରିବା ଓ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗୌତମ ସାମନ୍ତରାୟ। ଅନ୍ୟପଟେ ଜୟପୁର ପୈରପରିଷଦ ନରେନ୍ଦ୍ର ମହାନ୍ତି କହିଛନ୍ତି ଉଚ୍ଛେଦ ପ୍ରକିୟାକୁ ରାଜନୀତି ନକରି ବିକାଶରେ ସାଥ୍ ଦେବାକୁ ଜୟପୁର ବାସୀଙ୍କୁ ନିବେଦନ କରିଛନ୍ତି।
