ଆଗକୁ ଅଛି ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନ ବିଙ୍ଗୁଲ୍ ନ ବାଜିବ ପୂର୍ବରୁ ହିଁ ଦେଖା ଦେଲାଣି ରାଜନୈତିକ ଉଷ୍ମତା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ହାବଭାବ ଜିଲ୍ଲା ରାଜନୀତି ରେ ବିପରୀତ ଦିଗକୁ ଇଙ୍ଗିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗତକାଲି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବିଲିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ଏହି ଅବସରରେ ତାରାଙ୍କ ମୁହଁରେ ଶୁଣିବାକୁ ମିଳିଥିଲା ଜୟ ନବୀନ ସ୍ଲୋଗାନ୍। ଏଥିସହିତ ୫ଟି ସଚିବ ଭି.କେ ପାଣ୍ଡିଆନ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ତାରା । ଅନ୍ୟପଟେ ଏକ ଭିଡିଓ ଶୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଠି ଦେଖିବାକୁ ମିଳିଛି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ମୁଖ୍ୟମନ୍ତ୍ରୀଙ୍କ ପଛପଛେ ମଞ୍ଚକୁ ଯିବା ସମୟରେ ତାଙ୍କ ହାତକୁ ଧରି ଟାଣି ଟାଣି ମଞ୍ଚ ତଳକୁ ନେଇଯାଇଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଅନ୍ୟପଟେ ତାରା ମଞ୍ଚରେ ପ୍ରବେଶ କରି ନବୀନଙ୍କୁ ପ୍ରଶଂସା କରିବା ସହିତ କୋରାପୁଟ ଜିଲ୍ଲାକୁ ବାରମ୍ବାର ଆସନ୍ତୁ ବୋଲି ନିମନ୍ତ୍ରଣ ଦେଇଥିଲେ। ଗୋଟେ ପଟେ ମଞ୍ଚରୁ ରବି ନନ୍ଦ ଆଉଟ୍ ହେବା ବେଳେ ଅନ୍ୟ ପଟେ ତାରାଙ୍କ ଏଣ୍ଟ୍ରି କରିବା ଏବଂ ନବୀନଙ୍କ ଜୟ ଜୟ ଗାନ କରିବା ଘଟଣାଟି ଆଗାମୀ ନିର୍ବାଚନରେ ତାରା ହାତ ଛାଡି ଶଙ୍ଖ ଧରି ପାରନ୍ତି ବୋଲି ଚାହା ଖଟିରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ରବିଙ୍କ ପ୍ରତି ବବିଙ୍କ ଏପରି ବ୍ୟବହାର ସହଜରେ ହଜମ କରିପାରୁନାହାନ୍ତି ରବିଙ୍କ ସମର୍ଥକ। ରବି ବିଜେଡିରେ ସକ୍ରୀୟ ରହିବେ ନାଁ ନାହିଁ ତାହା ଆଗାମୀ ନିର୍ବାଚନରେ ଦେଖିବାକୁ ବାକିରହିଲା ।
