ଜୟପୁର ରାଣୀଙ୍କ ପରଲୋକ !

ଜୟପୁର; ନୂଆବର୍ଷ ଦୁଃଖ ଦେଇଛି ଜୟପୁର ବାସୀଙ୍କୁ। ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ରାଜାଙ୍କ ଉତ୍ତରାଧିକାରୀ ଅଛନ୍ତି ହେଲେ ଆଜି ଲୋପ ପାଇଲା ରାଜବଂଶ । ଜୟପୁର ରାଜପରିବାର ଶେଷ ରାଣୀ ରମାକୁମାରି ଦେବୀଙ୍କ ୯୦ ବର୍ଷ ବୟସରେ ଜୟପୁର ସ୍ଥିତ ମୋତି ପେଲେସରେ ପରଲୋକ ହୋଇଛି । ରାଣୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ । ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜା ବିକ୍ରମ ଦେବ ବର୍ମାଙ୍କ କୌଣସି ପୁତ୍ର ସନ୍ତାନ ନଥିବାରୁ ରାଜା ରାମକୃଷ୍ଣ ଦେଓ ଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ରାଜା ରାମକୃଷ୍ଣ ଦେଓ ମାତ୍ର ଦୁଇ ଦିନ ପାଇଁ ଜୟପୁରରେ ରାଜା ହୋଇଥିଲେ ।

ସେପଟେ ରାଣୀ ରମା କୁମାରୀ ଦେବୀ ଆନ୍ଧ୍ରପ୍ରଦେଶ ରାଜ୍ୟ ମଡଗୁଲର ବିଧାୟିକା ଥିଲେ। ଆଜି ରାଜକୀୟ ପରମ୍ପରା ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ରାଣୀଙ୍କ ନିକଟରେ ସାନ ବୋହୁ ସାରିକା ଦେବୀ ଓ ନାତି ଚନ୍ଦ୍ରଚୁଡ ଦେବ ଉପସ୍ଥିତ ଅଛନ୍ତି ଏବଂ ଜୟପୁର ରାଜା ପ୍ରାସାଦରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହେଉଛନ୍ତି । ଆଉ କିଛି ସମୟ ପରେ ସହରର ଚନ୍ଦନବାଡ ସ୍ଥିତ ରାଜ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।