କୋରାପୁଟ ଜିଲ୍ଲା ଜୟପୁର ଠାରେ ୱେବ୍ ମିଡିଆ ସଂଘ ଗଠିତ ହୋଇଯାଇଛି

କୋରାପୁଟ ଜିଲ୍ଲା ଜୟପୁର ଟାଉନ୍ କ୍ଲବ ଠାରେ ଏକ ୱେବ ମିଡ଼ିଆ ସଂଘ ବୈଠକ ହୋଇଥିଲା। ଜୟପୁର ଦଶହରା ପଡ଼ିଆ ସ୍ଥିତ ଟାଉନ୍ କ୍ଲବ ଠାରେ ଆୟୋଜିତ ଏହି ବୈଠକରେ ଉତ୍କଳ ଏକ୍ସପ୍ରେସ ଅନିତା ଦାସ, ଶ୍ରୀ ଗଜେନ୍ଦ୍ର ସାହୁ, ସ୍ରିଷ୍ଟୀ ନ୍ୟୂଜରୁ ଶ୍ରୀ ଶୁଭାଶିଷ ନାୟକ,ନ୍ୟୁଜ ୧୦ ଓଡ଼ିଆରୁ ଶ୍ରୀ ତ୍ରିଲୋଚନମହାରଣା, କୋରାପୁଟ ନ୍ୟୁଜରୁ ଶ୍ରୀ ଅମିତ୍ ମହାନ୍ତି, ଶ୍ରୀ କେ.ସୋନ୍ତଷ କୁମାର, ସାବରୀ ଏକ୍ସପ୍ରେସରୁ ଶ୍ରୀ ପ୍ରଦୀପ ନାୟକ, ଏକ୍ସପୋଜ କୋରାପୁଟର ମୁଖ୍ୟ ଶ୍ରୀ ଅମିତ୍ କୁମାର ହୋତା ଯୋଗ ଦେଇ ସଂଗଠନ ଉପରେ ମତ ପ୍ରକାଶ କରିଥିଲେ। ଏଥିରେ କୋରାପୁଟ ଓୟୁଜେ ଶାଖା ସଭାପତି ଶ୍ରୀ ରାଜେନ୍ଦ୍ର ଗୈାଡ ଯୋଗ ଦେଇ ୱେବ୍ ମିଡିଆର ଭୂମିକା ସମ୍ପର୍କରେ କହିଥିବା ବେଳେ ଓଡ଼ିଶା ରିପୋର୍ଟର ବ୍ୟୁରୋ ଚିଫ୍ ଶ୍ରୀ ଟି . ଗୈାରୀ ସଙ୍କର ଯୋଗ ଦେଇ ସମ୍ବାଦ ପରିବେଷଣର ବିଶ୍ଵସନିୟତା ଉପରେ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ।ସବୁବର୍ଗ ଖବର ସଂପାଦକ ଶ୍ରୀ ଚନ୍ଦ୍ରକାନ୍ତ ସୁତାର ଯୋଗ ଦେଇ ନୂଆ ସଂଗଠନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସୁବୃଢିକରଣ ଉପରେ ମତ ଦେଇଥିଲେ। ଆଗାମୀ ଦିନରେ ସଂଘର ଏକ ବୈଠକ ଆହୁତ କରାଯାଇ କାର୍ଯ୍ୟକର୍ତ୍ତା ମୋନନୟନ ସହ ନୂଆ ସଭ୍ୟ ଗ୍ରହଣ ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା।

Report – subasish nayak

Leave a Reply