30 ୱାର୍ଡ ରେ 60 ରୁ ଅଧିକ ବିଦେଶୀ ମଦ ଦୋକାନ, ଓଡ଼ିଶାର କୋଉ ସହର ଜାଣନ୍ତୁ ।

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଘଟଣା , କିଏ କେବେ ଭାବି ନଥିବ ଯେ ଗୋଟିଏ ମୁନିସିପାଲିଟି ରେ ଏମିତି ଏକ ଘଟଣା ଘଟୁଛି । ଓଡ଼ିଶାର ଏମିତି ଏକ ସହର ହେଉଛି ଜୟପୁର ଜିଲ୍ଲା କୋରାପୁଟ , ଯୋଉଠି ବିନା ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ଚାଲୁଛି ।
ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବେ କାରଣ ସରକାର ଙ୍କୁ ରାଜସ୍ୱ ମିଳୁଛି ।
ଯୋଉଠି ସରକାର ଲାଭରେ ଅଛି ସେଠି ସରକାର କାହିଁକି ଜନସ୍ୱାର୍ଥ ମଙ୍ଗଳ ଚିନ୍ତା କରିବ ।
ଆମ ଅନୁସନ୍ଧାନ ଠାରୁ ସ୍ଥାନୀୟ ଜନତା ଙ୍କ ଅଭିଯୋଗ ଅସୁବିଧା ଅଧିକ । ଯେତେ ଅଭିଯୋଗ ଦେଲେ କଣ ହେବ ଯୋଉଠି ସରକାର ଙ୍କ ଲାଭ ସେଠି ଆଉ କୋଉ ଜନତା କଥା କିଏ ଶୁଣେ ।

ପୋଲିସ ଓ ଅବକାରୀ ବିଭାଗ ର ମଧୁଚନ୍ଦ୍ରିକା ଚାଲିଛି ଏସବୁ, ଏହି ଦୁଇ ବିଭାଗ ର କିଛି କମ୍ ଭୁଲ୍ ନୁହଁ ସେମାନେ ସବୁ ଜାଣିବି ଚୁପ କାହିଁକି । ସ୍ଥାନୀୟ ଅଭିଯୋଗ ଗୋଟିଏ ସହରେ ଯଦି ଏମିତି ଅବ୍ୟବସ୍ଥା ରେ ଏପରି ସବୁ ଚାଲିଛି ସେଠି ପୋଲିସ ଓ ଅବକାରୀ ବିଭାଗ କରୁଛି କଣ ?
କିଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ଏଠି ଏଇମାନଙ୍କୁ ପୋଲିସ ହିଁ ଶ୍ରେୟ ଦେଉଛି ବୋଲି ତ ଏମାନେ ବିନ ସ୍ୱୀକୃତି ରେ ବ୍ୟବସାୟ କରୁଛନ୍ତି । ଆଉ ଏଠି ତ ଅବକାରୀ ବିଭାଗ ସୋଇଛି ବୋଲି ସ୍ଥାନୀୟ ଅଭିଯୋଗ ।
କିଛି ଲୋକଙ୍କ ଏମିତି ବି ଅଭିଯୋଗ ଅଛି ଯେ କିଛି ସ୍ଥାନୀୟ ପୋଲିସ ଓ ଅବକାରୀ ଅଫିସର ବହୁତ୍ ଦିନ ହେଲା ଏଠି ରହି ପୁରୁଣା ଅଫିସର ହୋଇଗଲେଣି । କିଛି ଶବଇନିସିପେକ୍ଟର ଆଉ କିଛି ହାବିଲଦାର ଓ କନଷ୍ଟେବଳ ମଧ୍ୟ ଏମାନଙ୍କ ଠୁ କିଛି ବ୍ୟବସ୍ତି୍ତ ଢଙ୍ଗ ରେ ସହଯୋଗ କରୁଛନ୍ତି ବୋଲି ଏମାନେ ବିନା ଡରରେ ବ୍ୟବସାୟ କରୁଛନ୍ତି । ଆଉ ଏମାନେ ଦୀର୍ଘ ଦିନ ହେବ ଟ୍ରାନ୍ସଫର୍ମର ନହୋଇ ଏହି ଗୋଟିଏ ସ୍ଥାନରେ ଅଛନ୍ତି ବୋଲି ସ୍ଥାନୀୟ ଲୋକ।କହୁଛନ୍ତି । ଯୋଉ ପର୍ଯ୍ୟନ୍ତ ଏହି ଦୁଇ ବିଭାଗ ରୁ କିଛି ଅଫିସର ଙ୍କ ଟ୍ରାନ୍ସଫର୍ମର ହୋଇନି ଏ ବ୍ୟବସାୟ କିଛି ଫରକ ଆସିବନି ବୋଲି ବି କିଛି କହୁଛନ୍ତି ।


ସାହି ସାହି ଗଳି ଗଳି ରେ ମଦ ଦୋକାନ ତାହା ବି 24 ଘଣ୍ଟିଆ ସେବା ।

ଏଥିପାଇଁ ଆମେ ମଧ୍ୟ ବିଭାଗୀୟ ଅଫିସର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ କୌଣସି ପ୍ରକାରର ଯୋଗାଯୋଗ ହୋଇପାରିଲାନି ।

କୋରାପୁଟ ଜିଲ୍ଲା ପୋଲିସ ମୁଖ୍ୟ ଓ ଅବକାରୀ ମୁଖ୍ୟ ଏହା ଉପରେ କିଛି ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ଥାନୀୟ ଜନତା ଙ୍କ ଆଶା ଓ ଭରଷା । ଦେଖିବାକୁ ବାକି ରହିଲା ଜିଲ୍ଲା ମୁଖ୍ୟ ଅଧିକାରୀ ଜିଲ୍ଲା ବାସୀ ପାଇଁ କିଛି ଭଲ କରିବେ ନା ସେଇ ଭ୍ରଷ୍ଟାଚାର ଅଫିସର ଙ୍କୁ ସାହାଯ୍ୟ କରିବେ ।