୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨୦୨୩ର ପ୍ରଥମ ରୋଜଗାର ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବନିଯୁକ୍ତି କର୍ମଚାରୀଙ୍କୁ ଉଦବୋଧନ ଦେବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୋଦୀ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଉପସ୍ଥିତ ରହିଛନ୍ତି ୪୫ଜଣ କେନ୍ଦ୍ରମନ୍ତ୍ରୀ। ଓଡ଼ିଶାର ଭୁବନେଶ୍ଵରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଯୁକ୍ତି ପତ୍ର ପ୍ରଦାନ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ନିଜ ନାର ନାବିକ ହେବା ଯାହା ଦ୍ଵାରା ନିଜର ଦାୟିତ୍ଵ, ଗୁରୁତ୍ୱ, ଭୂମିକା ବହନ କରି ଦେଶର ବିକାଶ ପଥରେ ଆଗେଇ ନେବ ପାଇଁ ପ୍ରେରଣା ଦେଇଛନ୍ତି ଧର୍ମେନ୍ଦ୍ର। ନିଯୁକ୍ତି ପାଇଥିବା କର୍ମଚାରୀ ମନଙ୍କ ମଧ୍ୟରେ ରହିଛନ୍ତି କନିଷ୍ଠ ଯନ୍ତ୍ରୀ ଠାରୁ ଆରମ୍ଭ କରି ଲୋକପାଇଲୋର୍ଟ, ଟେକ୍ନିସିଆନ୍ , ଗ୍ରାମୀଣ ଡାକ ସେବକ, ଶିକ୍ଷକ, ଡାକ୍ତର , ଇନ୍ସପେକ୍ଟର,ସବ ଇନ୍ସପେକ୍ଟର,କନଷ୍ଟେବଳ , ସେନାବାହିନୀ ଇତ୍ୟାଦି। ନିଯୁକ୍ତି ମେଳା ଦ୍ୱାରା ଦେଶରେ ବେକାର ସମସ୍ୟା ଦୂର ହେବା ସହ ଦେଶର ଯୁବବର୍ଗ ଆତ୍ମନିର୍ଭରଶୀଳ ହୋଇପାରିବେ ।