ଭକ୍ତ ଦାନ କରିଛନ୍ତି ୧୦୦କୋଟିରୁ ଉର୍ଦ୍ଧ ଟଙ୍କା।‌

ଆଜି ହେଉଛି ଶ୍ରୀ କାଶି ବିଶ୍ୱନାଥ ଧାମର ଉଦଘାଟନର ପ୍ରଥମ ବାର୍ଷିକୀ । ଏହି ସମୟ ମଧ୍ୟରେ ମନ୍ଦିର ପ୍ରଶାସନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗତ ବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ କାଶି ବିଶ୍ୱନାଥ ଧାମ କୁ ଯାତ୍ରା କରିବାକୁ ଆସିଥିଲେ । ଶିବ ଭକ୍ତ ମାନେ ବାବାଙ୍କ ଧାମରେ ନଗଦ, ସୁନା, ରୂପା ଏବଂ ଅନ୍ୟାନ୍ୟ ଧାତୁ ମୁକ୍ତ ହସ୍ତରେ ଦାନ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୦୦କୋଟି ଟଙ୍କା ରୁ ଅଧିକ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଶ୍ରୀ କାଶି ବିଶ୍ୱନାଥ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ବର୍ମା କହିଛନ୍ତି ଯେ ଧାମର ଉଦଘାଟନ ପରଠାରୁ ଭକ୍ତମାନେ ୫୦କୋଟିରୁ ଅଧିକ ନଗଦ ଟଙ୍କା ଦାନ କରିଛନ୍ତି। ଏଥି ସହିତ ମୂଲ୍ୟବାନ ମୂଲ୍ୟବାନ ଧାତୁ ,୬୦ କିଲୋଗ୍ରାମ ସୁନା, ୧୦ କିଲୋଗ୍ରାମ ରୂପା ଏବଂ ୧୫୦୦ କିଲୋଗ୍ରାମ ତମ୍ବା ମଧ୍ୟ ଭକ୍ତମାନେ ଦେଇଛନ୍ତି । ମନ୍ଦିର ବାହ୍ୟ ଓ ଭିତର କାନ୍ଥଗୁଡ଼ିକ ଭକ୍ତ ମାନଙ୍କ ଦ୍ୱାରା ଦିଆଯାଇଥିବା ସୁନା ଓ ତମ୍ବା ବ୍ୟବହାର କରି ସୁସଜ୍ଜିତ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ ୨୦୨୧ ଡିସେମ୍ବର୧୩ ପରଠାରୁ ଭକ୍ତମାନଙ୍କ ଦ୍ୱାରା ୧୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଯାହାକି ମନ୍ଦିର ଇତିହାସରେ ସର୍ବାଧିକ ରେକର୍ଡ ଭାଙ୍ଗିଛି ।