କେନ୍ଦୁପତ୍ର ତୋଳାଳୀଙ୍କୁ ସରକାର ପ୍ୟାକେଜ

ଓଡ଼ିଶାର ଆଠଲକ୍ଷ କେନ୍ଦୁପତ୍ର ତୋଳାଳୀ ଙ୍କ ମୁହଁରେ ହସ ଫୁଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆମ ରାଜ୍ୟରେ ଅଧିକାଂଶ ଆଦିବାସୀ ଜନଜାତିର ମାଁ ମାନେ କେନ୍ଦୁପତ୍ର ତୋଳିବା କାମ କରିଥାନ୍ତି। ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ପାଇଁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିଥିବାରୁ ଏବେ କେନ୍ଦୁପତ୍ର ତୋଳାଳୀଙ୍କ ଆଗ୍ରହ ବଢିବା ବଢ଼ିବାରେ ଲାଗିଛି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ସରକାର କେନ୍ଦୁପତ୍ର ତୋଳାଳୀଙ୍କ ବୋନସ ଦେବା ସହ ବିଭିନ୍ନ ପ୍ୟାକେଜ ଭେଟି ଦେଇଛନ୍ତି । କିପରି ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ହେବ ସେନେଇ ଆଲୋଚନା କରିବା ପରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି ନବୀନ।

  • ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ ବିଣ୍ଡେର ଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ।
  • ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ।
  • କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲା ମାନଙ୍କୁ ବୃତ୍ତି ପ୍ରଦାନ କରାଯିବ।
  • ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ।
  • ସର୍କଲ ଚେକ୍‌ରସ୍‌ ଓ ବାଇଣ୍ଡିଂ ଚେକର୍‌ସ ମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନ ରୁ ବୃଦ୍ଧି କରି କୁ ୧୫ ଦିନ କରାଯିବ।
  • ସମସ୍ତ ତୋଳାଳୀ ମାନଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ।
  • କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି ।