କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା ଆସିଲେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ସଂପର୍କୀୟ ଗାଁ ମୁହାଁ ହୋଇଥାନ୍ତି। ସମସ୍ତେ ଏକାଠି ହୋଇ କୁମାର ପୂର୍ଣ୍ଣିମା ପର୍ବର ମଜାମସ୍ତି ରେ ମସଗୁଲ ହୋଇଯାଆନ୍ତି। ଆଉ ସବୁ ଆଡ଼େ ଶୁଭିଲାଣା କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ। କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡିଛି ସାରା ରାଜ୍ୟ।ଆଜି ସକାଳ ଭୋର ରୁ କୁମାରୀ ମାନେ ଉଠି ସ୍ୱତନ୍ତ୍ର ଭାବରେ ଧାନଲାଗି ଖଇ କୁ ସୂର୍ଯ୍ୟଙ୍କୁ ଅର୍ପଣ କରିଥାନ୍ତି।ସାତ ଆଞ୍ଜୁଳା ଲିଆରେ ନଡ଼ିଆ, କଦଳୀ,ଗୁଆ,ଆଖୁ ଦେଇ ଆଞ୍ଜୁଳା ଟେକିବାର ପରମ୍ପରା ରହିଛି। ସକାଳୁ ପୂଜା ହୋଇଥିବା ଛେନା,କଦଳୀ, ନଡ଼ିଆ,କାକୁଡି ଆଦି ଦେଇ ଏକ ମିଶ୍ରଣ ପ୍ରସ୍ତୁତି ହୋଇଥାଏ।ଏହି ମିଶ୍ରଣ କୁ ସଂଧ୍ୟାରେ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଚଉଁରା ମୂଳରେ ଜହ୍ନି ପତ୍ରରେ ଜହ୍ନ ର ଆକାର ଦେଇ ପୂଜା କରିଥାନ୍ତି କୁମାରୀ ମାନେ।ଘରେ ଘରେ ଜମେ ତାସ୍ ଖେଳ ଏବଂ କଉଡ଼ି ଖେଳ ର ଆସରା ।ପରିବାର ସମସ୍ତ ନୂଆଁ ପୋଷାକ ପିନ୍ଧି ଧୁମଧାମରେ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି।