ଭୃଶଙ୍ଗପତ୍ରର ଉପକାରିତା

ଘରେ ଘରେ ପରିଚିତ ଭୃଶଙ୍ଗ ପତ୍ର। ଭାରତୀୟ ଖାଦ୍ୟରେ ଫେବର୍ ଦେବା ପାଇଁ ଏହି ପତ୍ରକୁ କରାଯାଇଥାଏ । ବିଭିନ୍ନ ତରକାରୀ, ସାମ୍ବର, ଉପମା, ବୋରା , ଡାଲମା,ଶୁଖିଲା କିମ୍ବା ସତେଜ ତରକାରୀ ପତ୍ର ସାଲାଡ, ସୁପ୍ ଆଦି ଖାଦ୍ୟ ପ୍ରସ୍ତୁତ ବେଳେ ଭୃଶଙ୍ଗ ପତ୍ରକୁ ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଭୃଶଙ୍ଗ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ। ଏଥିରେ ରହିଛି ଭିଟାମିନ୍ ଏ, ଭିଟାମିନ୍ ବି, ସି, ବି୨, କ୍ୟାଲସିୟମ୍ ଏବଂ ଆଇରନ୍ ଭରପୁର ମାତ୍ରାରେ ରହିଛି। ଯାହା ଶରୀର ଚର୍ମ ଏବଂ କେଶ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ। ନଜର ପକାନ୍ତୁ ଭୃଶଙ୍ଗ ପତ୍ରର ଉପକାରିତା ଉପରେ।

• ପେଟ ଜନିତ ଅନେକ ସମସ୍ୟାରୁ ମୁକ୍ତି ଦିଏ। ଭୃଶଙ୍ଗ ପତ୍ରକୁ ଖାଲି ପେଟରେ ଚୋବାଇ ଖାଇବା ଦ୍ବାରା ପେଟଜନିତ ସମସ୍ୟାରୁ ତୁରନ୍ତ ଆରାମ ମିଳେ ।

• ତରକାରୀରେ ଭୃଶଙ୍ଗ ପତ୍ର ବ୍ୟବହାର କରିବା ଦ୍ୱାରା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯାହା ଚର୍ବି କମାଇ ସହିତ ଶରୀରର ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

• ଶରୀରରେ ମଧୁମେହ ହ୍ରାସ କରିଥାଏ । ଏହି ପତ୍ର ଦୈନିକ ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜର ମାତ୍ରା କମିଯାଏ। ମଧୁମେହ ରୋଗୀମାନେ ପତ୍ରକୁ ଚୋବାଇ ଖାଇ ପାରିବେ କିମ୍ବା ଏହାର ରସ ସର୍ବୋତ୍ତମ ଉପାୟ ହେଉଛି ଆପଣଙ୍କ ଖାଦ୍ୟରେ ତରକାରୀ ପତ୍ର ଅନ୍ତର୍ଭୁକ୍ତ କରିବା ।

• କେଶ ବୃଦ୍ଧି ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ। ଯଦି ଆପଣ କେଶ ଝଡ଼ୁଛି ତେବେ ଭୃଷଙ୍ଗ ପତ୍ରକୁ ଗ୍ରାଇଣ୍ଡ୍ କରି କେଶ ମାସ୍କ ପରି କେଶରେ ଲଗାଯାଇପାରିବ ଏବଂ ୧୦ ମିନିଟ୍ ପରେ ଥଣ୍ଡା ପାଣିରେ ମୁଣ୍ଡକୁ ଧୋଇନେବେ ।

• ଭୃଶଙ୍ଗ ପତ୍ରକୁ ନିଜର ଫେସନ୍ କିଟ୍ ରେ ସାମିଲ୍ କରିପାରିବେ।ଚେହେରାକୁ ଉଜ୍ଜ୍ୱଳ କରିବା ପାଇଁ ଭୃଷଙ୍ଗ ପତ୍ରର ଏକ ମ୍ୟାଜିକ ପରି କାମ କରେ । କିଛି ଭୃଷଙ୍ଗ ପତ୍ର ପତ୍ର ସହ ମହୁ , ରୋଜୱେଟର ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ଏହି ପେଷ୍ଟ କୁ ୧୦ ରୁ ୧୫ମିନିଟ୍ ପର୍ଯ୍ୟନ୍ତ ମୁହଁରେ ରଖିବା ପରେ ଏହି ଫେସ୍ ପ୍ୟାକ୍ ଧୋଇ ଦିଅନ୍ତୁ ।