ମହାନଦୀରେ ବଢୁଛି ଜଳ ସ୍ତର ହୋଇପାରେ ବଡ଼ ବନ୍ୟା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା !

ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହେଉଛି । ତେଣୁ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ମହାନଦୀରେ ବଡ଼ ବନ୍ୟା ଆସୁଛି । ଅନ୍ୟପଟେ ମହାନଦୀର ଉପରମୁଣ୍ଡରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି । ୩୬ଘଣ୍ଟାରେ ମୁଣ୍ଡୁଳିରେ ବନ୍ୟାଜଳ ପହଞ୍ଚିବ । ମୁଣ୍ଡୁଳିରେ ପ୍ରାୟ ସାଢ଼େ ୧୦ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ । ତେଣୁ ସମ୍ଭାବ୍ୟ ବନ୍ୟାରେ ୫ଜିଲ୍ଲା ବେଶି ପ୍ରଭାବିତ ହେବ ବୋଲି ଆଶଙ୍କା ରହିଛି । ୫ଜିଲ୍ଲାଗୁଡ଼ିକ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ ନୟାଗଡ଼ । ଆଗକୁ ହୀରାକୁଦରେ ୩୬ଟି ଗେଟ ଖୋଲାଯିବ ଯାହାଫଳରେ ମୁଣ୍ଡୁଳିରେ ପାଣି ପହଞ୍ଚିଲେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ହୀରାକୁଦର ସମୁଦାୟ ୨୮ଟି ଗେଟ୍ ଖୋଲିଛି ।