ପୋଲିସ ର ବେପରୁଆ ଗାଡି ଚାଳନା ରେ ବାଇକ ଆରୋହି ମୃତ, 3 ଗୁରୁତର !

ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ପୋଲିସ ଗାଡି ସହ ଧକା ହେଲା ବାଇକ ।ଏଥିରେ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି ।

ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା କଥା ପୋଲିସ ଗାଡି ବହୁତ ଦ୍ରୁତ ଗତିରେ ଯାଉଥିଲା ଓ ଭୁଲ ରାସ୍ତାରେ ଚଲୋଉ ଥିଲେ।ସମସ୍ତେ ଗାଡିର ସିଟ ବେଲ୍ଟ ବାନ୍ଧି ନଥିବା ବେଳେ ସମସ୍ତେ ମଦ ପିଇଥିବା ଜଣାପଡିଛି।ପୋଲିସ ଙ୍କ ବେପରୁଆ ଗାଡି ଚାଳନା ଯୋଗୁ ପୋଲିସ ଗାଡିଟି ରାସ୍ତା ଠାରୁ 20 ଫୁଟ ଦୂରରେ ଛିଟିକି ପଡି ଓଲଟି ଯାଇଥିବା ବେଳେ ବାଇକଟି 50 ମିଟର ଘୋଷାଡି ହୋଇଯାଇଛି।ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ଥାନା ଗାଡ଼ିରେ ଥିବା 3 ଜଣ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ଅଛନ୍ତି।ସେମାନଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପଠାଇଥିଲେ ।ଘଟଣା ସ୍ଥଳରେ ମାଥିଲି iic ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ପୋଲିସ କର୍ମଚାରୀ ପାଙ୍ଗାମରୁ ଫେରୁଥିବା ବେଳେ ଏପରି ଦୃଘଟଣା ହୋଇଛି।