ମାଲକାନଗିରି ପୋଲିସ କୁ ମିଳିଛି ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ବ୍ୟପକ ଗୋଳବାରୁଦ ଓ ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ପୋଲିସ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ନେଇ ପ୍ରୟାସ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ଆନ୍ଧ୍ର ଓ ଓଡିଶା ସୀମାନ୍ତ ର ଜଙ୍ଗଲ ମଧ୍ୟରେ କିଛି ବମ ଲୁକ୍କାୟିତ ଭାବେ ରଖାଯାଇ ଥିବା ସୁରାଗ ପାଇବା ପରେ ସେଠାରେ ସର୍ଚ୍ଚ ଅପରେସନ କରିବା ସମୟରେ 2ଟି ଆଇଡି, 20 କେଜି ତାର, ଡିଟରନେଟର 50ଟି, ଆଲୁମିନା ଡିଟରନେଟର 70 ଟି ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିବା ଆଜି ମାଲକାନଗିରି ଏସ୍ପି ଙ୍କ ସୂଚନା ।
