ଆଜି ଆନ୍ତର୍ଜାତୀୟ ବୃଦ୍ଧ ଦିବସ ଅବସର ରେ ମାଲକାନଗିରି ସ୍ଥିତ 119 କୋଲୋନି ନିବାସୀ ଶ୍ରୀମତୀ ରଜନୀ ପଣ୍ଡା ନାମ୍ନୀ ବୃଦ୍ଧା ତାଙ୍କ ଘରେ ପରିବାର ଠାରୁ ନାନା କଷ୍ଟ ପାଇ ଘରୁ ବିତାଡିତ ହୋଇ ମାଲକାନଗିରି ସହରରେ ଅଖିଆ ଅପିଆ ହୋଇ ବୁଲୁଥିଲେ । ବୃଦ୍ଧା ଅବସ୍ଥା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ଅବସ୍ତା ଖରାପ ଥିବା ବେଳେ ତାଙ୍କ ବାମ ହାତ ମଧ୍ୟ ଭାଙ୍ଗି ଯାଇଥିଲା ।

ଏହି ପରି ଅବସ୍ଥା ରେ ମାଲକାନଗିରି ସମାଜ ସେବି ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର ତାଙ୍କୁ ଦେଖୀ ସଙ୍ଗେ ସଙ୍ଗେ ମାଲକାନଗିରି ପୋଲିସ ଷ୍ଟେସନ ରେ କାର୍ଯ୍ୟରତ ଏସ.ଆଇ ଶ୍ରୀମତି ଶୁଭଶ୍ରୀ ନାୟକଙ୍କୁ ଜଣାଇଥିଲେ । ଶ୍ରୀମତୀ ନାୟକ ବିଳମ୍ବ ନ କରି ରଜନୀ ପଣ୍ଡାଙ୍କୁ ମାଲକାନଗିରି ଟାଉନ ଆଶ୍ରୟ ଗୃହ ରେ ରଖୀ ତତକ୍ଷଣାତ ଏହି ବିଷୟ ଜିଲ୍ଲା ଆଇନ ସେବା ପ୍ରାଧୁକରଣ , ମାଲକାନଗିରି ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ଶ୍ରୀ ଅମରେଶ ନାୟକ ଙ୍କୁ ଜଣାଇଥିଲେ । ସଚିବ ଶ୍ରୀ ନାୟକ ସଙ୍ଗେ ସଙ୍ଗେ ପାରା ଲିଗାଲ ସ୍ବେଚ୍ଛାସେବୀ ଡା ରଞ୍ଜନ କୁମାର ସ୍ବାଇଁ ଓ ସଙ୍ଗୀତା ଦାଶ ଙ୍କୁ ବୃଦ୍ଧା ଟିକୁ ଉଧାର କରିବା ପାଇଁ କହିଥିଲେ ।

ଏହା ପରେ ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର , ଏସ.ଆଇ ଶ୍ରୀମତି ଶୁଭଶ୍ରୀ ନାୟକ , ସ୍ୱେଚ୍ଛାସେବୀ ଡା ରଞ୍ଜନ କୁମାର ସ୍ବାଇଁ ଓ ସଙ୍ଗୀତା ଦାଶ ପ୍ରମୁଖ ବୃଦ୍ଧାଟିକୁ ଅସ୍ଥାୟୀ ଆଶ୍ରୟ ଗୃହରୁ ଉଦ୍ଧାର କରି ଜିଲ୍ଲା ଆଇନ ସେବା ପ୍ରାକରଣ ସଚିବ ଙ୍କ ପାଖେ ହାଜର କରାଇଥିଲେ । ସଚିବ ଶ୍ରୀ ନାୟକ ସମସ୍ତ ବିଷୟ ବୁଝି ବୃଦ୍ଧାଟିକୁ ଉଦ୍ଧାରକର୍ତା ଟିମ ଙ୍କ ଜରିଆରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧୁକାରୀଙ୍କୁ ପ୍ରେରଣ କରି ଯଥାଶୀଘ୍ର ବୃଦ୍ଧ ମହିଳାଙ୍କ ଥଇଥାନ କରି ତାଙ୍କ ଆସୁ ଆରୋଗ୍ୟ ଚିକିତ୍ସା ସକାଶେ ଜିଲ୍ଲା ସାମାଜିକ ସୁରକ୍ଷା ଅଧୁକାରୀ ଙ୍କୁ ଚିଠି ମାଧ୍ୟମରେ ଆଦେଶ ଦେଇଛନ୍ତି । ଏହା ସହିତ ବୃଦ୍ଧାର ବିଷୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ଜିଲ୍ଲା ଆଇନ ସେବା ପ୍ରାଧିରଣକୁ ରିପୋର୍ଟ ପ୍ରଦାନ କରିବା ପାଇଁ ମଧ୍ୟ କହିଛନ୍ତି । ଥଇଥାନ ହୋଇ ଚିକିତ୍ସା ପାଇଲା ପରେ ବୃଦ୍ଧା ଶ୍ରୀମତୀ ରଜନୀ ପଣ୍ଡା ଆଇନ ସେବା ପ୍ରାଧୁକରଣ ମାଧ୍ୟମରେ ତାଙ୍କ ଭୋରଣ ପୋଷଣ ଓ ଅନ୍ୟାନ୍ୟ ଭତ୍ତା ପାଇବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଆଇନ ସେବା ପ୍ରାକରଣ ତରଫରୁ ଜଣା ଯାଇଛି । ପ୍ରକାଶ ଥାଉ କି ଜିଲ୍ଲା ଆଇନ ସେବା ପ୍ରାଧୁକରଣ ଦ୍ୱାରା ପୂର୍ବରୁ ମଧ୍ୟ ବହୁ ଅସହାୟ ବରିଷ୍ଠ ନାଗରିକ , ଶିଶୁ ଓ ଅନ୍ୟମାନେ ଉଦ୍ଧାର ହୋଇ ଥଇଥାନ ହୋଇ ପାରିଛନ୍ତି ।