ଲଫାପା ଖୋଲିବ କି ଗୋବିନ୍ଦ ସାହୁ ଆତ୍ମହତ୍ୟା ସସ୍ପେନସ୍

ମମତା ମେହେର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି ଜେଲର ଏକ ଗଛରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଘଟଣାରେ ମାଳମାଳ ପ୍ରଶ୍ନ ସୃଷ୍ଟି କରୁଥିବାବେଳେ ଆଜି ଗୋବିନ୍ଦର ଶବବ୍ୟବଚ୍ଛଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ କୁ ପଠାଯାଇଛି। ଗୋବିନ୍ଦଙ୍କ ପକେଟ୍ ରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି । ଏହି ଲଫାପା ରେ ଗୋବିନ୍ଦ କ’ଣ ଲେଖିଛନ୍ତି କିଛି ରହସ୍ୟ ରହିଛି କି ଯାହା ସମସ୍ତ ସସପେନ୍ସ ଉପରରୁ ପରଦା ହଟାଇବ।ଏହି ଲଫାପାଟି କୁ କ୍ରାଇମବ୍ରାଞ୍ଚ୍ ଙ୍କୁ ହସ୍ତାନ୍ତର କରିଛି ପୋଲିସ।