ମମତା ମେହେର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ୪ଦିନ ବିଲିଯାଇଥିଲେ ହିଁ କ୍ରାଇମବ୍ରାଞ୍ଚ ଘଟଣା ଉପରୁ ପରଦା ହଟେଇ ନାହିଁ। ବରଂ ଆହୁରି ସସପେନ୍ ବଢ଼ିବାରେ ଲାଗିଛି । ଗୋବିନ୍ଦଙ୍କ ଦୁଇପେଜ ହାତଲେଖା ଚିଠି ଯାହା ତାଙ୍କ ବଡ଼ ଝିଅ ଲିପିକା ସାହୁଙ୍କୁ ଏଡ୍ରେସ କରିଥିଲେ ତାହା ଏଯାବତ୍ ଲିପିକାଙ୍କୁ କ୍ରାଇମବ୍ରାଞ୍ଚ ହସ୍ତାନ୍ତର କରି ନାହିଁ ଯାହା ଚିଠିରେ କିଛି ମିଷ୍ଟ୍ରି ଥିବା ଅନୁମାନ କରାଯାଉଛି । ଜେଲ୍ ପରିସରର ସ୍ଥିତି ଏବଂ ସିସିଟିଭି ଫୁଟେଜକୁ କ୍ରାଇମବ୍ରାଞ୍ଚ ତନତନ ଯାଞ୍ଚ କରୁଛି ।
ଗତ୨୦ ତାରିଖ ୧୧ଟା ବେଳେ ଖବର ଆସିଥିଲା ଯେ ଗୋବିନ୍ଦ ସାହୁ ଜେଲ୍ ପରିସରର ଏକ ଗଛରେ ରସି ଦ୍ୱାରା ଆତ୍ମହତ୍ୟା କରିଛନ୍ତି ସଂଧ୍ୟା ହେଉ ହେଉ ଏହାର ରୁପରେଖା ବଦଳି ଦିଆଗଲା କୁହାଗଲା କି ଗୋବିନ୍ଦ ସାହୁ ଜେଲ୍ ର ଏକ ଝରକାରେ ଦୁଇଟି ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି। କେଉଁଟା ସତ କେଉଁଟା ମିଛ ରସି ନାଁ ଗାମୁଛା।ସତ ଲୁଚାଉଛନ୍ତି କି ଜେଲ୍ କର୍ତ୍ତୃପକ୍ଷ । ଚିଠିରେ ଏପରି କ’ଣ ରହିଛି କଣ୍ଟେଣ୍ଟ ଯାହା ଏପର୍ଯ୍ୟନ୍ତ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି ନାହିଁ। କିଛି ଗୁମର ଖୋଲିଦବ କି ଏହି ଚିଠି । ଚିଠିରେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ନାମ ରଖିଛି କି ଏସମସ୍ତ ପ୍ରଶ୍ନ ଉତ୍ତର ବର୍ତ୍ତମାନ କେବଳ କ୍ରାଇମବ୍ରାଞ୍ଚ ହିଁ ଦେଇପାରିବ ।