ସୁନ୍ଦର ଓ ଉତ୍ତମ ସ୍ୱାସ୍ଥ୍ୟ କାହାକୁ ବା ଦରକାର ନାହିଁ। ସେଥିପାଇଁ ନିୟମିତ ଖାଦ୍ୟରେ ଆମେ ଅନେକ ପୃଷ୍ଟିସାର ଖାଦ୍ୟକୁ ସାମିଲ୍ କରିଥାଉ । ସବୁଜ ପନିପରିବା ସାଙ୍ଗକୁ ମାଛ, ମାଂସ , ଅଣ୍ଡା, କ୍ଷୀର ଆଦିକୁ ଡେଲି ରୁଟିନ୍ ରେ ନେଇଥାଉ କିନ୍ତୁ ଆପଣ ଜାଣିଛନ୍ତି କି ?ଏହି ସମସ୍ତ ପ୍ରକାର ପ୍ରୋଟିନ ଭିଟାମିନ ମାଣ୍ଡିଆ ରେ ରହିଛି ସେଥିପାଇଁ ତ ମାଣ୍ଡିଆ ସୁପର ଶକ୍ତିର ଉତ୍ସ କୁହାଯାଉଛି । ଆପଣ ମାଣ୍ଡିଆ କୁ ଦୈନିକ ଖାଇବା ଚାଟ୍ ରେ ସାମିଲ୍ କରିପାରିବେ।ଗହମ ଅଟା ଓ ମଇଦାଯୁକ୍ତ ଖାଦ୍ୟରେ ଶର୍କରା ପରିମାଣ ଅଧିକ ଯୋଗୁଁ ମଧୁମେହ , ମେଦବହୁତଳତା ଓ ହୃଦ୍ ଜନିତ ସମସ୍ୟା ବଢୁଛି। ମାତ୍ର ମାଣ୍ଡିଆରେ ଶର୍କରା ପରିମାଣ କମ୍ ରହିବା ସହିତ ଏଥିରେ ରହିଛି କ୍ୟାଲସିୟମ, ଆଇରନ, ପ୍ରୋଟିନ,ଆମିନ ଏସିଡ୍, ବିଭିନ୍ନ ପ୍ରକାରର ମାଇକ୍ରୋନ୍ୟୁଟ୍ରିଏଣ୍ଟ ଓ ଉପକାରୀ ଖଣିଜ ଆଦି ପୋଷକର ମାତ୍ରା ଅଧିକ ରହିଥିବାରୁ ଏହା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରେ ଓ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।

୧.ହୃଦ୍ ଜନିନ ସମସ୍ୟା ରୁ ରକ୍ଷା କରେ ।
୨.ମଧୁମେୟ ରୋଗରୁ ମୁକ୍ତି ଦିଏ।
୩.ମାଣ୍ଡିଆରେ କ୍ୟାଲସିୟମ ର ପରିମାଣ ଅଧିକ ଥିବାରୁ ଦାନ୍ତକୁ ମଜବୁତ୍ ରଖିବାରେ ସାହାର୍ଯ୍ୟ କରେ ।
୪.ଶରିରରେ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରେ ।
୫. ମାଣ୍ଡିଆ ରେ କ୍ୟାଲସିୟମ ସାଙ୍ଗକୁ ଆଇରନ୍ ରହିଥିବାରୁ ଏହା ଗର୍ଭବତୀ ମହିଳାଙ୍କ ପାଇଁ ଉପଯୋଗୀ ହୋଇଥାଏ।
୬.ଚର୍ମ ଏବଂ କେଶ କୁ ମଧ୍ୟ ସୁସ୍ଥ ରଖେ ।
୭.ମୋଟାପଣ କମାଇବାରେ ସାହାର୍ଯ୍ୟ ହୁଏ।
ରକ୍ଷା କବଜ ମାଣ୍ଡିଆକୁ ବିଭିନ୍ନ ଉପାୟରେ ଆପଣ ନେଇପାରିବେ ଏବଂ ମାଣ୍ଡିଆର ଚାହିଦା ଦିନକୁ ଦିନ ବଢୁଛି ଓ ବିକ୍ରି ମଧ୍ୟ ଦିନ କୁ ଦିନ ବଢିବାରେ ଲାଗିଛି। ବିଭିନ୍ନ କାଫେ ଓ ଷ୍ଟଲ୍ ରେ ଏହା ସହଜରେ ଉପଲବ୍ଧ ହୋଇପାରୁଛି । ମାଣ୍ଡିଆ ଲଡୁ, ମାଣ୍ଡିଆ ରେ ପ୍ରସ୍ତୁତି କେକ୍ , ମାଣ୍ଡିଆ ଜାଉଁ ବିଭିନ୍ନ ପ୍ରକାରର ମାଣ୍ଡିଆଜାତ ଦ୍ରବ୍ୟ ମିଳୁଛି । ଏହା ବ୍ୟତୀତ ଆପଣ ଗହମ ରୁଟି ବଦଳରେ ମାଣ୍ଡିଆ ପ୍ରସ୍ତୁତ ରୁଟି ମଧ୍ୟ ପାଇପାରିବେ।