ମାଣ୍ଡିଆ ଖାଇଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ନେତାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତ ବହୁଳ ଜୀବନ ରୁ ୪୦ ମିନିଟ୍ ସମୟ କାଢ଼ିଥିଲେ ଏବଂ ମିଲେଟ ରୁ ପ୍ରସ୍ତୁତ ସ୍ପେସିଆଲ ଖାଦ୍ୟ ଉପଭୋଗ କରିଥିଲେ। ସଂସଦ କମ୍ପ୍ଲେକ୍ସରେ ଆଜି ପିଏମ ମୋଦୀଙ୍କ ଲଞ୍ଚ ମେନୁରେ ଥିଲା ମିଲେଟରୁ ପ୍ରସ୍ତୁତ ସୁସ୍ବାଦ ଖାଦ୍ୟ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗଉଡା, ଉପରାଷ୍ଟ୍ରପତି , ରାଜନାଥ ସିଂ, କୃଷି ମନ୍ତ୍ରୀ ଏବଂ ବହୁ ମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ଙ୍କ ସହ ଏକାଠି ଲଞ୍ଚ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ମାଣ୍ଡିଆ ପରି ଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସଂସଦରେ ମିଲେଟ ଏବଂ ଅନ୍ୟାନ୍ୟ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଉପଭୋଗ କରିଥିଲେ । ଏହି ସମୟରେ ପିଏମ ମୋଦୀ ମାଣ୍ଡିଆ ଡୋସା, ମାଣ୍ଡିଆ ରୋଟି, ମାଣ୍ଡିଆ ପ୍ରସ୍ତୁତି କେକ୍ ଏବଂ ଦହି ଖିଚି ପରି ବିଭିନ୍ନ ପ୍ରକାରର ଖାଦ୍ୟ ଉପଭୋଗ କରିଥିଲେ। ଆଜି ସଂସଦରେ ମଧ୍ୟାହ୍ନ ଭୋଜନ ପାଇଁ ମାଣ୍ଡିଆ, ବାଜ୍ରା ରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା ।