ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମର ୯୬ତମ ପର୍ଯ୍ୟାୟକୁ ସମ୍ବୋଧିତ କରିଛନ୍ତି ଏବଂ କରୋନା ଜୀବାଣୁ ବୃଦ୍ଧି ପାଉଥିବା ସଙ୍କଟକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ସହ ମାସ୍କ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଚାଇନା ଏବଂ ଆମେରିକା ସମେତ ଅନେକ ଦେଶରେ କୋଭିଡ -19 ମାମଲା ଦ୍ରୁତ ଗତିରେ ବଢୁଛି ଏବଂ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ସତର୍କ ଅଛନ୍ତି ।ଆପଣ ଦେଖୁଛନ୍ତି ଯେ ବିଶ୍ୱରେ ଅନେକ ଦେଶରେ କରୋନା ଜୀବାଣୁ ବୃଦ୍ଧି ପାଉଛି।ସେଥିପାଇଁ ଆମକୁ ମାସ୍କ ଏବଂ ହାତ ଧୋଇବା ଭଳି ସତର୍କତାର ଅଧିକ ଯତ୍ନ ନେବାକୁ ପଡିବ। ଯଦି ଆମେ ସାବଧାନ ରହିବା, ସତର୍କ ରହିବା ତେବେ ଆମେ ସୁରକ୍ଷିତ ରହିବା ସହ ଆମ ପାଇଁ କୈଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ମୋଦୀ କହିଛନ୍ତି।
ରବିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ଭାରତରେ କରୋନା ଭାଇରସର 227 ଜଣ ରୋଗୀଙ୍କୁ ରିପୋର୍ଟ କରାଯାଇଛି। ଏହା ପରେ ଦେଶରେ କରୋନାର ସକ୍ରିୟ ରୋଗୀଙ୍କ ସଂଖ୍ୟା 3424 କୁ ବୃଦ୍ଧି ପାଇଛି। ତେବେ ଗତ ୨୪ଘଣ୍ଟା ମଧ୍ୟରେ କୋଭିଡ -19 ସଂକ୍ରମିତ କୈଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ ଏବଂ ଦେଶର କରୋନା ସଂକ୍ରମଣର ସକରାତ୍ମକତା ହାର 0.18% ଅଟେ ।