ଔଷଧ ନେଇପାରେ ଆପଣଙ୍କ ଶିଶୁ ର ଜୀବନ

ଔଷଧ ନେଇପାରେ ଆପଣଙ୍କ ଶିଶୁ ର ଜୀବନ

ସତର୍କ ରୁହନ୍ତୁ ଏହି ସବୁ ଔଷଧ ରୁ ଦୂରେଇ ରୁହନ୍ତୁ ।ଏକଥା ଆମେ ଏଥିପାଇଁ କହୁଛୁ ଯେ ଭାରତରେ ନିର୍ମିତ ଔଷଧ ଖାଇବା ପରେ ୬୬ ମୃତ୍ୟୁବରଣ କରିଛନ୍ତି ବୋଲି ବିଶ୍ୱ ସ୍ୱସ୍ୟା ସଂଗଠନ ବା ହୁ(WHO) ଦାବି କରିଛି ।ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ଆଫ୍ରିକୀୟ ଦେଶ ଗାଗ୍ୱଆରେ ୬୬ପିଲାଙ୍କ ମୃତ୍ୟୁ ଭାରତରେ ନିର୍ମିତ ଚାରୋଟି କାଶ ସିରପ୍ ସହିତ ସଂପୁକ୍ତ ବୋଲି ହୁ ଦାବି କରିଛି ।ସେହି ୪ଟି ଔଷଧ ହେଉଛି ଏହି ଫର୍ମାସିଟିକଲ କମ୍ପାନୀ ଦ୍ଵାରା ନିର୍ମିତ Promethazine Oral Solution, Kofexmalin Baby Cough Syrup, Makoff Baby Cough Syrup ଏବଂ Magrip N Cold Syrup । ଏହି ୪ଟି କପ୍ ସିରପ୍ ପ୍ରସ୍ତୁତି ବେଳେ କମ୍ପାନୀ ପକ୍ଷରୁ କୈାଣସି ଗ୍ୟାରେଣ୍ଟି ବା ପ୍ରମାଣ ସ୍ୱରୂପ କିଛି ତଥ୍ୟ ଦେଇ ନଥାଏ । ଏହି ସିରପ୍ ଶିଶୁ ର କିଡନୀ କୁ ଆଘାତ କରିବା ସହିତ ମୃତ୍ୟୁ ର କାରଣ ସାଜିଥାଏ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୁତ୍ରରୁ ଜଣାପଡିବା ପରେ ସିରପ୍ ବିଷୟରେ ହୁ (WHO) କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ତୁରନ୍ତ ଏକ ମାମଲା ରୁଜୁ କରି ଘଟଣାକୁ ଗମ୍ଭୀରତା ଭାବରେ ନେଇ ତଦନ୍ତ ଆରମ୍ଭ କରିଛି।